www.samajalive.in
Friday, December 12, 2025
27.1 C
Bhubaneswar

ଚେକ ବାଉନ୍ସ ମାମଲାରେ ଜଣେ ଗିରଫ

ଗୋପାଳପୁର: ଚେକ ବାଉନ୍ସ ମାମଲାରେ କୋର୍ଟଙ୍କ ନିର୍ଦ୍ଦଶେକୁ ଅବମାନନା କରିବା ପରେ ୱାରେଣ୍ଟ ବଳରେ ଗୋପାଳପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଡ଼ୁରା ଗ୍ରାମର ନିଳାଦ୍ରୀ କେଶରୀ ପ୍ରହରାଜ ଓରଫ ନିଲୁ। ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କୁ ନିଲୁ ଟଙ୍କା ବାବଦରେ ଚେକ ଦେଇଥିଲେ। ଆକାଉଣ୍ଟରେ ଟଙ୍କା ନ ଥିବାରୁ ଜନୈକ ବ୍ୟକ୍ତି ୨୦୧୯ରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ପକ୍ଷରୁ ନିଲୁଙ୍କ ନିକଟକୁ ବାରମ୍ବାର ନୋଟିସ ପଠାଯାଇଥିଲା। ହେଲେ ସେ ହାଜର ହୋଇ ନ ଥିଲେ। ଫଳରେ କୋର୍ଟ ନିଲୁଙ୍କ ନାମରେ ୱାରେଣ୍ଟ ଜାରି କରିଥିଲେ। ସେବେଠାରୁ ସେ ଫେରାର ହୋଇଯାଇଥିଲେ। ଶୁକ୍ରବାର କୌଣସି ସୂତ୍ରରୁ ଗୋପାଳପୁର ପୁଲିସ ଖବର ପାଇ ତାଙ୍କୁ ଘରୁ ଗିରଫ କରିଥିଲା।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories