www.samajalive.in
Saturday, December 13, 2025
26.1 C
Bhubaneswar

ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାର୍ତ୍ତାଗୁଡା ପଞ୍ଚମୂଖୀ ହନୁମାନ ମନ୍ଦିର ନିକଟରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତକ ଦଧିବାମନ ସାହିର କବି ସାହୁ ବୋଲି ଜଣାପଡିଛି। ତାଙ୍କ ଘର ଫିରିଙ୍ଗିଆ ଅଞ୍ଚଳରେ ହୋଇଥିବାବେଳେ ସେ ଗତ କିଛି ବର୍ଷ ଧରି ଫୁଲବାଣୀରେ ରହୁଥିଲେ। ସେ ଗତ ୧ ତାରିଖରୁ ନିଖୋଜ ଥିଲେ। ଗୁରୁବାର ପରିବାର ଲୋକେ ପଞ୍ଚମୂଖୀ ହନୁମାନ ମନ୍ଦିର ଅଞ୍ଚଳକୁ ଏକ ଭୋଜି କାର୍ଯ୍ୟରେ ଯାଇଥିବାବେଳେ ରାସ୍ତା କଡରେ କବିଙ୍କ ବାଇକ୍ ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ। ଆଖପାଖ ଲୋକଙ୍କୁ ପଚାରିବାରୁ ଏହି ବାଇକଟି ଚାରି ପାଞ୍ଚ ଦିନ ହେବ ଏଠାରେ ଥିବା ସେମାନେ କହିଥିଲେ।   ପରିବାର ଲୋକେ ଏ ନେଇ ଟାଉନ ଥାନାରେ ଏକ ଏତଲା ଦେଇଥିଲେ। ଶୁକ୍ରବାର ସକାଳୁ ପୁଣି ଆସି ଖୋଜାଖୋଜି କରିବା ପରେ ପାହାଡ ଉପରେ କବିଙ୍କ ଗଳିତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଅପରପକ୍ଷରେ କବିଙ୍କୁ ହତ୍ୟା କରାଯାଇଥିବା ପୁଅ ଅଭିଯୋଗ ଆଣିଛନ୍ତି। ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ସେ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories