www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ଆସିଗଲା ଜିଓର ସବୁଠାରୁ ଶସ୍ତା ପ୍ଲାନ୍‌ ; ମାତ୍ର ଏତିକି ଟଙ୍କାରେ ମିଳିବ ଡାଟା ସହ ଏସବୁ ସୁବିଧା

ନୂଆଦିଲ୍ଲୀ : ଜିଓର ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍‌ ରହିଛି । ନିକଟରେ କମ୍ପାନୀ ନିଜର କିଛି ନୂଆ ରିଚାର୍ଜ ପ୍ଲାନ୍‌ ଆଣିବା ସହ କିଛି ପ୍ଲାନ୍‌ରେ ପରିବର୍ତ୍ତନ ମଧ୍ୟ କରିଛି । କମ୍ପାନୀ ୨ଟି ନୂଆ ପ୍ଲାନ୍‌କୁ ଲଞ୍ଚ କରିଛି । ଏଥିରେ ଅସୀମିତ କଲିଙ୍ଗ୍‌, ଏସଏମଏସ୍‌ ସୁବିଧା ସହ ଆସିଛି । ଏହାସହ କମ୍ପାନୀ ୧୮୯ ଟଙ୍କାର ପ୍ଲାନ୍‌ ସହ ପୁଣି ଥରେ ଯୋଡି ହୋଇଛି ।

ଯେଉଁମାନେ ୨୮ ଦିନ ପାଇଁ ଡାଟା, କଲିଙ୍ଗ୍‌ ଓ ଏସଏମଏସ୍‌ ସୁବିଧା ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ପ୍ଲାନ୍‌ ଖୁବ୍‌ ଖାସ୍‌ ଓ ଏକ ଉତ୍ତମ ବିକଳ୍ପ ମଧ୍ୟ ।

- Advertisement -

ଏହି ପ୍ଲାନ୍‌ରେ ଆପଣଙ୍କୁ ୨ ଜିବି ଡାଟା ମିଳିବ । ଏଥିରେ ଅସୀମିତ କଲିଙ୍ଗ୍‌ ସହ ୩୦୦ ଏସଏମଏସ୍‌ର ସୁବିଧା ମଧ୍ୟ ମିଳିବ । ଏହାବ୍ୟତୀତ ଏଥିରେ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍‌ର ମଜା ମିଳିବ । ଯଦି ଆପଣ ଜିଓ ସିନେମାର ପ୍ରିମିୟମ ପ୍ଲାନ୍‌ ଚାହୁଁଛନ୍ତି, ତେବେ ଆଉ ୨୯ ଟଙ୍କାର ଅତିରିକ୍ତ ପ୍ରତି ମାସରେ ଖର୍ଚ୍ଚ କରିବାକୁ ପଡିବ ।

ଏହି ପ୍ଲାନ୍‌ ବ୍ୟତୀତ ୪୪୮ ଓ ୧୭୪୮ ଟଙ୍କା ଆଉ ୨ଟି ପ୍ଲାନ୍‌ ମଧ୍ୟ ରହିଛି, ଯେଉଁଥିରେ କଲିଙ୍ଗ୍‌ ସହ ଏସଏମଏସ୍‌ ସୁବିଧା ମଧ୍ୟ ରହିଛି ।

ମହାଶିବରାତ୍ରୀରେ ଶନି-ବୁଧ ଚଳନ: ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ, ହେବେ ମାଲାମାଲ୍‌, ମିଳିବ ଚାକିରି

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories