www.samajalive.in
Sunday, December 14, 2025
23.1 C
Bhubaneswar

୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ

ଡେସ୍କ: ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଛକ ଠାରେ ଟ୍ରାଫିକ ସହାୟତା କେନ୍ଦ୍ରର ଉଦଘାଟନ କରିଛନ୍ତି। ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଏହି କରଜ୍ୟକରମରେ ଉପସ୍ଥିତ ଥିଲେ। ଏହାଦ୍ୱାରା ବିଶେଷକରି ମହିଳା ଟ୍ରାଫିକ କର୍ମଚାରୀ ଉପକୃତ ହୋଇପାରିବେ ଏବଂ ଏହା ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଦିଗରେ ଫଳପ୍ରଦ ହୋଇପାରିବ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ। ଏହି କ୍ରମରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ ହୋଇଛି।

ଏହି କେନ୍ଦ୍ରଗୁଡ଼ିକ ଦୀର୍ଘ ସମୟ ଧରି ରୋଡ଼ରେ କାର୍ଯ୍ୟରତ ଥିବା ଟ୍ରାଫିକ୍ ପୁଲିସ୍ ଅଧିକାରୀମାନଙ୍କ ସୁବିଧା ନିମନ୍ତେ ପ୍ରସ୍ତୁତ କରାଯାଇଛି। ସହାୟତା କେନ୍ଦ୍ରରେ ପରିଶ୍ରାଗାର, ବିଶ୍ରାମ ସ୍ଥଳ ଭଳି ସୁବିଧା ରହିଥିବା ବେଳେ ଟ୍ରାଫିକ୍ ନିରୀକ୍ଷଣ ସେବାକୁ ସୁପରିଚାଳନା କରିବା ପାଇଁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି କେନ୍ଦ୍ରଗୁଡ଼ିକ ନିର୍ମାଣ ପାଇଁ ମୋଟ ୨.୬ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଟ୍ରାଫିକ୍ ପୁଲିସ୍ ଅଧିକାରୀମାନଙ୍କ ପାଇଁ ବିଶ୍ରାମ ସ୍ଥଳ ଭାବେ କାମ କରିବ, ଯାହା ତାଙ୍କୁ ଚାପରେ କାମ କରିବା ସମୟରେ ଅବଶ୍ୟକତା ଅନୁଯାୟୀ ବିଶ୍ରାମ ନେବାର ସୁଯୋଗ ଦେବ।

- Advertisement -

ଟ୍ରାଫିକ୍ ପୁଲିସ୍ ଅଧିକାରୀମାନଙ୍କ ବର୍ଷା,ଖରା ଭଳି ପ୍ରତିକୂଳ ପରିସ୍ଥିତିରେ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିଥାନ୍ତି। ଏହି ପଦକ୍ଷେପ ସେମାନଙ୍କ କାର୍ଯ୍ୟ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିବା ସହ ତାଙ୍କୁ ଅଧିକ ସୁବିଧାଯୋଗ୍ୟ ପରିବେଶ ପ୍ରଦାନ କରିବ, ଯାହା ସେମାନଙ୍କ କାମକୁ ଅଧିକ ସୁଗମ ଓ ପ୍ରଭାବଶାଳୀ ଢଙ୍ଗରେ ଭାବରେ କରିବାକୁ ସାହାଯ୍ୟ କରିବ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories