www.samajalive.in
Sunday, December 7, 2025
26.1 C
Bhubaneswar

ସୂଚନା ଆୟୋଗ ଆବେଦନକାରୀଙ୍କ ନାମ ସାର୍ବଜନୀନ କଲେ ସରକାର

ଡେସ୍କ: ରାଜ୍ୟ ସରକାର ଓଡ଼ିଶା ସୂଚନା ଆୟୋଗ ଆବେଦନକାରୀଙ୍କ ନାଁକୁ  ସାର୍ବଜନୀନ କରିଛନ୍ତି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଉଚ୍ଚସ୍ତରୀୟ ଯାଂଚ କମିଟି ଗଠନ କରି ଆୟୋଗର ଅଧ୍ୟକ୍ଷ ଓ ୪ଟି ସଦସ୍ୟ ପଦବୀ ପୂରଣ ନିମନ୍ତେ ୩ଜଣ ଓ ୧୨ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ସର୍ଟଲିଷ୍ଟ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। କମିଟିରେ ଜିଏ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଓ ଆଇନ ସଚିବ ମାନସ ରଞ୍ଜନ ବାରିକ ସଦସ୍ୟ ଥିବାବେଳେ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ କୁମାର ସିଂ ସଦସ୍ୟ ସଚିବ ଅଛନ୍ତି।

୪ଟି ସୂଚନା ଆୟୁକ୍ତ ପଦବୀ ନିମନ୍ତେ ୧୮୩ ଜଣ ଏବଂ ମୁଖ୍ୟ ସୂଚନା ଆୟୁକ୍ତ ପଦବୀ ନିମନ୍ତେ  ୪୭ ଜଣ ଆବେଦନ କରିଛନ୍ତି। ଅନେକ ପ୍ରାର୍ଥୀ ଉଭୟ ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ପାଇଁ ମଧ୍ୟ ଆବେଦନ କରିଛନ୍ତି। ରାଜ୍ୟ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ମିନତୀ ବେହେରା, ପୂର୍ବତନ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଭାରତୀୟ ରେଳବାଇ ସେବା ଅଧିକାରୀ ସଞ୍ଜୟ କୁମାର ମିଶ୍ର, ରଞ୍ଜନ ଦାସ ଓ ସରୋଜ କୁମାର ସାମଲ ପ୍ରମୁଖଙ୍କ ସମେତ ବହୁ ସାମ୍ବାଦିକ, ସୂଚନା କର୍ମୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଆବେଦନ କରିଛନ୍ତି।

- Advertisement -

ସେହିପରି ଅବସରପ୍ରାପ୍ତ ଆଇପିଏସ୍ ସନ୍ତୋଷ କୁମାର ଉପାଧ୍ୟାୟ, ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଲଳିତ ଦାସ, ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ବିକାଶ ମହାପାତ୍ର, ଶ୍ରୀକାନ୍ତ ପୃଷ୍ଟି, ସୁଶାନ୍ତ କୁମାର ଦାଶ, ଗୋପବନ୍ଧୁ ଶତପଥୀ, ଗଣେଶ ଚନ୍ଦ୍ର ପାତ୍ର, ଉଦୟ ନାରାୟଣ ଦାସ, ସୀତାଂଶୁ କୁମାର ରାଉତ, ଶଶଧର ନାୟକ, ଅଶ୍ୱିନୀ କୁମାର ମିଶ୍ର ଆବେଦନ କରିଥିବା ବେଳେ ସରୋଜ ସାମଲ, ରଞ୍ଜନ ଦାସ ଓ ଶ୍ରୀକାନ୍ତ ପୃଷ୍ଟି ଉଭୟ ମୁଖ୍ୟ ସୂଚନା ଆୟୁକ୍ତ ଓ ସୂଚନା ଆୟୁକ୍ତ ପଦବୀ ପାଇଁ ଆବେଦନ କରିଛନ୍ତି। ସୂଚନା କର୍ମୀ ପ୍ରଦୀପ କୁମାର ପ୍ରଧାନ, ଶ୍ରୀକାନ୍ତ ପକାଳ, ଅଖଣ୍ଡଙ୍କ ସମେତ କିଛି ଅବସରପ୍ରାପ୍ତ ନ୍ୟାୟିକ ଅଫିସର ମଧ୍ୟ ଏହି ପଦବୀଗୁଡ଼ିକ ନିମନ୍ତେ ଆବେଦନ କରିଥିବା ଜଣାପଡ଼ିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories