www.samajalive.in
Saturday, December 6, 2025
16.1 C
Bhubaneswar

୪.୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଶ୍ମଶାନ ପୁନରୁଦ୍ଧାର

ଡେସ୍କ: ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ବର ଡୁମୁଡୁମା ଶ୍ମଶାନର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୧.୮୫୩ ଏକର ପରିମିତ ଜାଗାରେ ୪.୬୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଭୁବନେଶ୍ୱରବାସୀ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏଥିରେ ଏକ ପ୍ରଶସ୍ତ ଅପେକ୍ଷା ଗୃହ, ପୁରୁଷ ଏବଂ ମହିଳାଙ୍କ ପାଇଁ ପୃଥକ ପୃଥକ ବସ୍ତ୍ର ପରିବର୍ତ୍ତନ କକ୍ଷ, ଗୋଟିଏ ପ୍ରଶାସନିକ ବ୍ଲକ, ଏକ ଜଳାଶୟ ନିର୍ମାଣ, ବୈଦ୍ୟୁତିକ ଓ ଗ୍ୟାସ ଦାହ ଚୁଲା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଅନ୍ତର୍ଭୁକ୍ତ।

ସହରର ଶ୍ମଶାନରେ ଦାହ ସଂସ୍କାର ସେବାର ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମୃତ୍ୟୁପରେ ମଣିଷର ସମ୍ମାନ ଓ ତାଙ୍କ ପରିବାରର ସୁବିଧା ନିଶ୍ଚିତ କରିବାକୁ ସରକାର ଦୃଢ଼ ସଂକଳ୍ପବଦ୍ଧ।

- Advertisement -

ସୂଚନା ଅନୁଯାୟୀ, ଏଥିରେ ଅପେକ୍ଷା କରିବା ପାଇଁ ବଡ଼ ହଲ୍ ,ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଲଗା ପୋଷାକ ପରିବର୍ତ୍ତନ କକ୍ଷ, ପ୍ରଶାସନିକ ଭବନ, ଜଳାଶୟ ଏବଂ ଦାହ ସଂସ୍କାର ପାଇଁ ଆଧୁନିକ ବିଦ୍ୟୁତ/ଗ୍ୟାସ ଭଳି ବ୍ୟବସ୍ଥା ରହିବ। ଅନ୍ୟପଟେ ସମସ୍ତଙ୍କ ସୁବିଧା ସକାଶେ, ଏହି ସ୍ମଶାନରେ ରାମ୍ପ ଏବଂ ସାଇନେଜ୍ ବ୍ୟବସ୍ଥା ରହିବ। ଏଠି ଗାଡ଼ି ପାର୍କିଂ ପାଇଁ, ସୁରକ୍ଷା ସୁବ୍ୟବସ୍ଥା ରହୁଥିବା ବେଳେ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଏକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ ମଧ୍ୟ ରହିବ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories