www.samajalive.in
Sunday, December 14, 2025
19.1 C
Bhubaneswar

ନର୍ସଙ୍କ ଅଜବ ଚିକିତ୍ସା, ବାଳକ ଗାଲରେ ଷ୍ଟିଚ୍ ବଦଳରେ ଲଗାଇଦେଲେ ଫେଭିକ୍ଵିକ୍

ସମାଜ ଡିଜିଟାଲ ଡେସ୍କ: ନର୍ସଙ୍କ ଅଜବ କାରନାମା। ପିଲାର କ୍ଷତରେ ଷ୍ଟିଚ୍‌ ପକାଇବା ପରିବର୍ତ୍ତେ ଲଗାଇଦେଲେ ଫେଭିକ୍ଵିକ୍‌। କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ହାଭେରୀରେ ଆଡୁରୁ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସ ଏକ ବାଳକ ଗାଲରେ ଫେଭିକ୍ଵିକ୍‌ ଲଗାଇ ଦେଇଛନ୍ତି। ଖବର ମୁତାବକ, ଜଣେ ୭ ବର୍ଷୀୟ ବାଳକ ଗାଲରେ କ୍ଷତ ହୋଇଥିଲା। ଚିକତ୍ସା ପାଇଁ ପରିବାର ଲୋକେ ବାଳକକୁ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଆଣିଥିଲେ। କ୍ଷତ ସିଲେଇ କରିବା ପରିବର୍ତ୍ତେ ନର୍ସ ତା’ ଗାଲରେ ଫେଭିକ୍ଵିକ୍‌ ଅଠା ଲଗାଇ ଦେଇଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ନର୍ସଙ୍କୁ ନିଲମ୍ବିତ କରାଯାଇଛି।

ଅଭିଯୁକ୍ତ ନର୍ସଙ୍କ ଯୁକ୍ତି ଥିଲା ଯେ, ସିଲେଇ କରିଥିଲେ ପିଲାର ଗାଲରେ ଅସୁନ୍ଦର ଦାଗ ରହିଥାନ୍ତା, ସେଥିପାଇଁ ସେ ଷ୍ଟିଚ୍‌ ନ ପକାଇ ଫେଭିକ୍ଵିକ୍ ଅଠା ଲଗାଇଦେଲେ। ପୀଡ଼ିତ ବାଳକର ନାମ ଗୁରୁକୃଷ୍ଣ ଅନ୍ନପ୍ପା ହୋସାମଣି। ଜାନୁଆରୀ ୧୪ରେ ତା’ର ମୁହଁ ଓ ଗୋଡ଼ରେ ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାକୁ ପିଏଚସିକୁ ଅଣାଯାଇଥିଲା। ସେଠାରେ ଜ୍ୟୋତି ନାମ୍ନୀ ନର୍ସ ତା’ ଗାଲରେ ଷ୍ଟିଚ୍ ପରିବର୍ତ୍ତେ ଅଠା ଲଗାଇ ଦେଇଥିଲେ ଓ ତାକୁ ତୁଳାରେ ଘୋଡ଼ାଇ ବ୍ୟାଣ୍ଡେଜ୍ କରି ଦେଇଥିଲେ।

- Advertisement -

ନର୍ସଙ୍କ ଏପରି ଅଜବ ଚିକିତ୍ସା ଯୋଗୁଁଁ ବାଳକର ପିତାମାତା ବିରକ୍ତ ହୋଇଥିଲେ। ଏହି ଚିକିତ୍ସା ପଦ୍ଧତି କ୍ଷତିକାରକ ହୋଇଥିବାରୁ ବାଳକର ପରିବାର ଲୋକେ ସ୍ଥାନୀୟ ସ୍ୱାସ୍ଥ୍ୟ ସୁରକ୍ଷା ସମିତିରେ ଏନେଇ ଅଭିଯୋଗ କରିଥିଲେ। ଜିଲା ସ୍ୱାସ୍ଥ୍ୟ ଅଧିକାରୀ(ଡିଏଚଓ) ନର୍ସଙ୍କୁ ଅନ୍ୟ ଏକ ୟୁନିଟକୁ ବଦଳି କରି ଦେଇଥିଲେ। ନର୍ସଙ୍କ ବିରୋଧରେ ଏଭଳି ସାମାନ୍ୟ କାର୍ଯ୍ୟାନୁଷ୍ଠାନ ନେଇ ଲୋକେ ସାମାଜିକ ଗଣମାଧ୍ୟମରେ କ୍ରୋଧଭରା କମେଣ୍ଟ କରିଥିଲେ। ଏହାପରେ ଡିଏଚଓ ରାଜେଶ ସୁରଗିହଲ୍ଲୀ ଜାନୁଆରୀ ୧୭ରେ ନର୍ସ ଜ୍ୟୋତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ଏବଂ ପରେ ତାଙ୍କୁ ନିଲମ୍ବିତ କରିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories