www.samajalive.in
Tuesday, December 9, 2025
15.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଖୋ ଖୋ ମହିଳା ଦଳର ଝାଡ଼ଖଣ୍ଡ ଗସ୍ତ 

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ଖୋ ଖୋ ମହିଳା ଦଳ ଝାଡ଼ଖଣ୍ଡ ଗସ୍ତ କରିଛି । ଝାଡ଼ଖଣ୍ଡ ସ୍ଥିତ ହଜାରିବାଗ ବିନୋବା ଭାବେ ବିଶ୍ବବିଦ୍ୟାଳୟଠାରେ ଚଳିତ ମାସ ୬ ତାରିଖଠାରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ  ଆନ୍ତଃ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବେ। ଦଳରେ ଦିଗପହଣ୍ଡି ଖେମୁଣ୍ଡି କଲେଜର ପୂଜା ବେହେରା, ପିଙ୍କି ବେହେରା, ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଶର୍ମିଳା ପ୍ରଧାନ, ରାଇକିଆ ଜେ. ଜେ. ମହାବିଦ୍ୟାଳୟର ମୁକ୍ତାଞ୍ଜଳି ପ୍ରଧାନ, ମୋନାଲିସା ପ୍ରଧାନ, ଗୁରାଣ୍ଡି ମିନ କେତନ କଲେଜର ବନ୍ଦନା ବେହେରା, ଏସ. ଯୋଗେଶ୍ୱରୀ, ସସ୍ମିତା ଶବର, ବି. କୁମାରୀ,ଜି. ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟର ରଚନା ପ୍ରଧାନ, ସିପ୍ରାମୟୀ ପ୍ରଧାନ, ଦୀପିକା ପ୍ରଧାନ ରହିଥିବା ବେଳେ ମ୍ୟାନେଜର ,ଜି. ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟର ଡ଼. ମାମିନା ଦାଶ, କୋଚ ଭାବେ ପି ଇ ଟି ସରୋଜ କୁମାର ଦାଶ  ଦଳରେ ଗସ୍ତ କରିଛନ୍ତି। କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ଡ.ସାରଦା ପ୍ରସାଦ ସାହୁ, ରାଜେଶ କୁମାର ମହାନ୍ତି, ରବି ଚରଣ ମିଶ୍ର,କେ. ରଘୁନାଥ ରେଡି, ସୁନିତା ପାତ୍ର, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories