www.samajalive.in
Sunday, December 14, 2025
15.1 C
Bhubaneswar

ଆଲୁମିନିୟମ ପାଉଡ଼ର ବୋଝେଇ ପିକଅପ ଜବତ, ୨ କୋର୍ଟ ଚାଲାଣ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପୁଲିସର ପେଟ୍ରୋଲିଂ ଟିମକୁ ମିଳିଛି ଏକ ବଡ଼ ଧରଣର ସଫଳତା। ବେଦାନ୍ତ ଲିମିଟେଡରୁ ଉତ୍ପାଦିତ ଆଲୁମିନିୟମ ପାଉଡ଼ର ଚୋରି କରି ଏକ ପିକଅପ ଯୋଗେ ଚୋରାଚାଲାଣ ହେଉଥିବା ଖବର ପାଇ ପେଟ୍ରୋଲିଂ ଟିମ ଚଢ଼ାଉ କରିଥିଲା। ଏହି ସମୟରେ ଏକ ବୋଲେରୋ ପିକ ଅପ ଭ୍ୟାନରେ ବୋଝେଇ ହୋଇଥିବା ୨୧୪୭ କିଲୋଗ୍ରାମ ଆଲୁମିନିୟମ ପାଉଡ଼ର ସହିତ ଦୁଇଜଣଙ୍କୁ କାବୁ କରାଯାଇଥିଲା। ସେ ଦୁହେଁ ଆଲୁମିନିୟମ ପାଉଡ଼ର ଚୋରାଚାଲାଣ କରୁଥିବା ଜଣାପଡିବା ପରେ ସେମାନଙ୍କୁ ଗିରଫ କରିବା ସହିତ ଏଥିରେ ବ୍ୟବହୃତ ବୋଲେରୋ ପିକଅପକୁ ଜବତ କରି ଥାନାକୁ ଅଣାଯାଇଥିଲା। ଏନେଇ ଲାଞ୍ଜିଗଡ ଥାନା କେସ ନଂ ୦୧/୨୦୨୫ ରୁଜୁ କରାଯାଇ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ମାଲିସିରା ଗାଁର ରଞ୍ଜିତ ଘିଭେଲା ଓ ରାୟଗଡ଼ା ଜିଲ୍ଲା ଜେକେ ପୁର ଥାନା ଚାନ୍ଦିଲିର ଚନ୍ଦ୍ର କୌଶଲ୍ୟାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories