www.samajalive.in
Sunday, December 14, 2025
26.1 C
Bhubaneswar

ଭାରତ ୨-୧ରେ ସିରିଜ ବିଜୟୀ

ହାମିଲଟନ : ସୁଜି ବେଟ୍‌ସ ଓ ଅଧିନାୟିକା ଆମି ସାଟର୍ଥୱେଟ୍‌ଙ୍କ ଅର୍ଦ୍ଧଶତକ ବଳରେ ଘରୋଇ ନ୍ୟୁଜିଲାଣ୍ଡ ଏଠାରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ପରାଜୟ ସତ୍ତ୍ବେ ଭାରତ ଏହି ତିନିଟିକିଆ ସିରିଜକୁ ୨-୧ରେ ହାତେଇ ନେଇଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଭାରତ ଦିପ୍ତୀ ଶର୍ମାଙ୍କ ଅର୍ଦ୍ଧଶତକ (୫୨) ଓ ହରମନପ୍ରୀତ କୌରଙ୍କ ୨୪ ରନ ବଳରେ ୪୪ ଓଭରରେ ୧୪୯ ରନରେ ଅଲଆଉଟ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆନ୍ନା ପିଟରସନ ୪ଟି ୱିକେଟ ଅକ୍ତିଆର କରିଥିବାବେଳେ ଲିଆ ତାହୁହୁ ୩ଟି ଓ ଆମେଲିଆ କେର୍‌ ୨ଟି ୱିକେଟ ପାଇଥିଲେ।
୧୫୦ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ୨୨ ରନରେ ଓପନର ଲରେନ ଡାଉନଙ୍କ (୧୦) ୱିକେଟ ହରାଇଥିଲା। ତେବେ ସୁଜି ବେଟ୍‌ସ ଓ ଆମି ସାଟର୍ଥୱେଟ୍‌ ୨ୟ ୱିକେଟ ପାଇଁ ୮୪ ରନ ଯୋଗକରି ଦଳୀୟ ବିଜୟକୁ ନିଶ୍ଚିତ କରିଥିଲେ। ବେଟ୍‌ସ ବ୍ୟକ୍ତିଗତ ୫୭ ରନ କରି ଦ୍ବିତୀୟ ଖେଳାଳିଭାବେ ଆଉଟ ହୋଇଥିଲେ। ସାଟର୍ଥୱେଟ୍‌ ଓ ସୋଫି ଡିଭାଇନ ୩ୟ ୱିକେଟ ପାଇଁ ଅବିଭାଜିତ ୪୭ ରନ ସଂଗ୍ରହ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୨୯.୨ ଓଭରରେ ୨ ୱିକେଟ ବିନିମୟରେ ୧୫୩ ରନ କରି ବିଜୟୀ ହୋଇଥିଲା। ସାଟର୍ଥୱେଟ୍‌ ୬୬ ଓ ଡିଭାଇନ୍‌ ୧୭ ରନରେ ଅପରାଜିତ ଥିଲେ। ଭାରତ ପକ୍ଷରୁ ପୁନମ ଯାଦବ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଆନ୍ନା ପିଟରସନ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ’ ବିବେଚିତ ହୋଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories