ନୂଆଦିଲ୍ଲୀ : କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରୀପାଠି ଏକ ବଡ ଘୋଷଣା କରିଛନ୍ତି। କିନ୍ନର ଆଖଡା ରାମ ମନ୍ଦିର ନିର୍ମାଣ କରିବ ବୋଲି ସେ କହିଛନ୍ତି । ଲକ୍ଷ୍ମୀଙ୍କ କହିବା ଅନୁସାରେ ରାମ ଆମର ଆରଧ୍ୟ ଦେବତା। ରାମ ମନ୍ଦିରକୁ ନେଇ ରାଜନୀତି କରାଯାଉଛି। ନିର୍ବାଚନ ପୂର୍ବରୁ ରାମମନ୍ଦିର ନିର୍ମାଣ କଥା ଅଧିକ ଶୁଣାଯାଏ। ନିର୍ବାଚନ ପରେ ସମସ୍ତେ ଏହାକୁ ଭୁଲି ଯାଆନ୍ତି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଶିବରାତ୍ରି ପରେ କିନ୍ନର ଆଖଡା ଅଯୋଧ୍ୟା ପଦଯାତ୍ରା କରିବ। ଏହି ଘୋଷଣା ଲକ୍ଷ୍ମୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି।
ଲକ୍ଷ୍ମୀଙ୍କ କହିବା ଅନୁସାରେ ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ଧାର୍ମିକ ସଂଗଠନକୁ ଏକାଠି ହେବକୁ ପଡିବ। ବିଭିନ୍ନ ସଂସଦ ଗଠନ କରିବା ଦ୍ୱାରା କୌଣସି ସଠିକ୍ ନିର୍ଣ୍ଣୟରେ ପହଞ୍ଚି ପାରିବା ନାହିଁ।
ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସମସ୍ତଙ୍କୁ ମନ୍ଦିର ବହୁତଶୀଘ୍ର ନିର୍ମାଣ କରିବାକୁ ପତ୍ର ଲେଖିବି ବୋଲି ଲକ୍ଷ୍ମୀ କହିଛନ୍ତି। ଭାଗବାନ ରାମଙ୍କୁ ନେଇ କିଛି ବି କରିବାକୁ ପଡିଲେ ଆମେ କରିବାକୁ ପ୍ରସ୍ତୁତ ବୋଲି କିନ୍ନର ଆଖଡା ମୁଖ୍ୟ ଲକ୍ଷ୍ମୀ ତ୍ରୀପାଠି କହିଛନ୍ତି।



