www.samajalive.in
Monday, December 15, 2025
16.1 C
Bhubaneswar

ଜିଲା ସ୍ତରୀୟ ତ୍ରି-ଦିବସୀୟ ଜୁନିୟର ରେଡ଼କ୍ରସ୍ ଶିବିର ଉଦଘାଟିତ, ଯୋଗଦେଲେ ଶତାଧିକ ଜୁନିୟରସ୍ ଏବଂ ୭୨ ଜଣ କାଉନସିଲର

ଫୁଲବାଣୀ :ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୮ତମ ଜିଲା ସ୍ତରୀୟ ତ୍ରି-ଦିବସୀୟ ଜୁନୁୟର ରେଡ଼କ୍ରସ ଶିବିର ଫୁଲବାଣୀ ବିଧାୟକ ଉମା ଚରଣ ମଲିକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜୁନିୟର ରେଡ଼କ୍ରସର ପୂର୍ବତନ ସାଧନ କର୍ମୀ ସରୋଜ କୁମା ରଥ ଓ ଅନ୍ୟତମ ଅତିଥିଭାବେ ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ. ସନ୍ତୋଷ କୁମାର ପାଢୀ, ଖଜୁରିପଡ଼ା ଗୋଷ୍ଠୀ  ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଫୁଲବାଣୀ ପୌର ପରିଷଦର କାଉନସିଲର ରମେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ଜିଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ଼କ୍ରସ ଶାଖା ଅଧ୍ୟକ୍ଷ ପ୍ରମୋଦ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଜିଲା କ୍ରିଡ଼ା ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ପରିଚାଳନା ସଂପାଦକ ମୀନା କୁମାରୀ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ଜିଲାର ବିଭିନ୍ନ ବିଦ୍ୟାଳୟର ଶତାଧିକ ଜୁନିୟରସ୍ ଏବଂ ୭୨ ଜଣ କାଉନସିଲର ଯୋଗଦେଇଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories