www.samajalive.in
Saturday, December 6, 2025
16.1 C
Bhubaneswar

୨୨ରୁ ମାଟ୍ରିକ ପରୀକ୍ଷା, ୮ରୁ ମିଳିବ ଆଡମିଟ୍‌କାର୍ଡ

-ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ମନା, -ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ, -ପରୀକ୍ଷା ଦିନ ନୋଡାଲ ସେଣ୍ଟରରୁ ଯିବ ପ୍ରଶ୍ନପତ୍ର

 

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷା ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ। ଚଳିତବର୍ଷ ରାଜ୍ୟରେ ମୋଟ ୨୮୩୦ଟି କେନ୍ଦ୍ରରେ ୫,୭୨, ୬୯୯ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଆସନ୍ତା ୮ ତାରିଖରୁ ଆଡମିଟ୍‌କାର୍ଡ ପରୀକ୍ଷା କେନ୍ଦ୍ରକୁ ଯିବ। ସେଠାରୁ ସ୍କୁଲ ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ ଆଡମିଟକାର୍ଡ ସଂଗ୍ରହ କରି ଛାତ୍ରଛାତ୍ରୀଙ୍କୁ ହସ୍ତାନ୍ତର କରିବେ। ପରୀକ୍ଷାରେ କପି ରୋକିବା ଓ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ବୋର୍ଡ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଥମଥର ପାଇଁ ସିସିଟିଭି କ୍ୟାମେରା ଲଗାଯିବା ସହ ମୋବାଇଲ୍ ଫୋନ୍ ଉପରେ କଟକଣା ଜାରି କରାଯିବ। ପରୀକ୍ଷା ସକାଳ ୯ଟା ପରିବର୍ତ୍ତେ ୧୦ଟାରୁ ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଚଳିତବର୍ଷ ପ୍ରଥମ ଥର ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବ। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ସେମାନେ ନିଜ ମୋବାଇଲ ସୁଇଚ ଅଫ୍ କରି ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ହସ୍ତାନ୍ତର କରିବେ। କୌଣସି ସ୍କ୍ୱାଡ୍, ପୁଲିସ କର୍ମଚାରୀ କିମ୍ବା ଅଧିକାରୀ ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। କେବଳ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ନିଜ ଅଫିସ ମଧ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ। ନୋଡାଲ ସେଣ୍ଟରରୁ ପରୀକ୍ଷା ଦିନ ସକାଳ ୬ଟାରୁ ୮.୩୦ ମଧ୍ୟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡିକୁ ପଠାଯିବ। ସୁପରିଣ୍ଟେଣ୍ଡେଣ୍ଟ ପ୍ରଶ୍ନପତ୍ରକୁ ଗ୍ରହଣ କରି ଷ୍ଟ୍ରଙ୍ଗ ରୁମ୍ରେ ରଖିବେ। ସକାଳ ୮.୩୦ରେ ପ୍ରଶ୍ନପତ୍ର ପ୍ୟାକେଟ ପ୍ରଥମ ସ୍ତର ସିଲ୍ ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଓ ଅବଜରଭରଙ୍କ ଉପସ୍ଥିତିରେ ଖୋଲାଯିବ। ପ୍ରଶ୍ନପତ୍ର ପ୍ୟାକେଟ୍ଗୁଡ଼ିକୁ ହଲ୍ ଦାୟିତ୍ୱରେ ଥିବା ଇନଭିଜିଲେଟରଙ୍କୁ ହସ୍ତାନ୍ତର କରାଯିବ। ପରୀକ୍ଷା କେନ୍ଦ୍ର ମଧ୍ୟରେ ୨ଜଣ ଇନଭିଜିଲେଟର ଓ ୨ ଜଣ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ କାଗଜ ପ୍ୟାକେଟର ସିଲ ଖୋଲାଯାଇ ପ୍ରଶ୍ନପତ୍ର ବଣ୍ଟାଯିବ। ପ୍ରଶ୍ନପତ୍ର ଗଚ୍ଛିତ ରଖିବା ପାଇଁ ୩୦୪ ଟି ନୋଡାଲ ସେଣ୍ଟର ମଧ୍ୟ ହୋଇଛି। ପ୍ରଶ୍ନପତ୍ରଗୁଡ଼ିକ ପରିବହନ ପାଇଁ ୬୯୩ଟି ଡେସପାଚ୍ ଟିମ୍ ମଧ୍ୟ ଗଠନ ହୋଇଛି। ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକ ସଙ୍ଗେ ୨୨ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ବୋର୍ଡ ସମ୍ପାଦକ ରାମାଶିଷ ହାଜରା, ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories