www.samajalive.in
Saturday, December 6, 2025
17.1 C
Bhubaneswar

ବଜେଟ ୨୦୧୯: ଟଙ୍କାକରେ ଜାଣନ୍ତୁ ବଜେଟ ଆୟ ଏବଂ ବ୍ୟୟ

ନୂଆଦିଲ୍ଲୀ : କାମଚଳା ଅର୍ଥ ମନ୍ତ୍ରୀ ପୀୟୂଷ ଗୋଏଲ ଶୁକ୍ରବାର ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ ସହସ୍ରାଧିକ କୋଟି ଟଙ୍କାର ହୋଇଥିବାରୁ ସରକାର କେଉଁଠୁ କେତେ ଆୟ କରୁଛନ୍ତି ଓ କେତେ ଖର୍ଚ୍ଚ କରୁଛନ୍ତି, ତାହା ବୁଝିବା ସହଜ ନୁହେଁ। ତେଣୁ ନିମ୍ନରେ ଆମେ ଟଙ୍କାକରେ (୧ ଟଙ୍କା) ଜରିଆରେ ସରକାରଙ୍କ ଆୟ ଓ ବ୍ୟୟକୁ ବୁଝାଇବାକୁ ପ୍ରଚେଷ୍ଟା କରିଛୁ। ସରକାର କେଉଁଠୁ ଟଙ୍କା ଆଣୁଛନ୍ତି ଓ କେଉଁଠି ଖର୍ଚ୍ଚ କରୁଛନ୍ତି ତାହା ଏହି ଟଙ୍କାକରୁ ଜାଣିହେବ। ସରକାରଙ୍କ ଆୟକୁ ଦୁଇ ଭାଗରେ ରାଜସ୍ୱ ଆମଦାନୀ (ରେଭିନ୍ୟୁ) ଏବଂ ପୁଞ୍ଜି (କ୍ୟାପିଟାଲ) ଦୁଇ ଭାଗରେ ଭାଗ କରାଯାଇଥାଏ। ସେହିପରି ଖର୍ଚ୍ଚକୁ ମଧ୍ୟ ଦୁଇ ଭାଗରେ ଯୋଜନା (ପ୍ଲାନ) ଏବଂ ଅଣଯୋଜନା (ନନ୍‍ପ୍ଲାନ)ରେ ବଣ୍ଟା ଯାଇଥାଏ। ଅନ୍ତରୀଣ ବଜେଟ ଅନୁସାରେ ଟଙ୍କାକରୁ ୨୧-୨୧ ପଇସା ଲେଖାଏଁ ନିଗମ କର ଏବଂ ଜିଏସ୍‍ିଟିରୁ ଆସିବେ। ଖର୍ଚ୍ଚରୁ ସର୍ବାଧିକ ୨୩ ପଇସା କରୋ ଏବଂ ଶୁଳ୍କରୁ ରାଜ୍ୟକୁ ଭାଗ ଦେବାକୁ ପଡ଼ିବ। ସରକାରଙ୍କ ଆୟ ଆମଦାନୀ, ଆୟକର, ନିଗମ କର, ସୀମା ଶୁଳ୍କ, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଜିଏସ୍‍ଟିରୁ ହେବ। ସେହିପରି କେନ୍ଦ୍ରୀୟ ଯୋଜନା, ଆର୍ଥିକ ସହାୟତା, ପେନ୍‍ସନ୍‍ ଅର୍ଥ ଆୟୋଗ ଏବଂ ଅନ୍ୟ ଅନ୍ତରୀଣ, ରାଜ୍ୟକୁ ଭାଗ ଆଦିରେ ଖର୍ଚ୍ଚ ହୋଇଥାଏ।

Photo: navbharattimes

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories