www.samajalive.in
Monday, December 15, 2025
27.1 C
Bhubaneswar

ଅଯୋଧ୍ୟାରେ ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୧୨ ଡାକ୍ତରଖାନାରେ ଭର୍ତ୍ତି

ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଯାଇଥିବା ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏହା ସହ ୧୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାମନଗରୀରେ ୪ ଜଣ ଭକ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରୁ ତାଙ୍କୁ ମୃତ ଘୋଷଣା କରିଥିଲେ।

ଜିଲାରେ ଲଗାତର ବୃଦ୍ଧି ପାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୫୦ ଶଯ୍ୟା ବିଶିଷ୍ଟ ଏମର୍ଜେନ୍ସି ଟ୍ରମା ସେଣ୍ଟରରେ ସାତୋଟି ଆଇସିୟୁ ବେଡ୍‌ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ବର୍ନ ୱାର୍ଡ ଏବଂ ପୁରୁଣା ବିଲ୍ଡିଂରେ ଅଧିକ ୮୦ଟି ବେଡ୍‌ ସଂରକ୍ଷିତ ରଖାଯାଇଛି।

- Advertisement -

ବୁଧବାର ଦ୍ଵିପ୍ରହର ପର୍ଯ୍ୟନ୍ତ ୧୪ ଜଣ ଶ୍ରଦ୍ଧାଳୁ ମେଡିକାଲ କଲେଜରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରାବସ୍ତୀର କୈଳାଶପୁର ନିବାସୀ ସଙ୍ଗମ(୮୦) ଏବଂ ବସ୍ତିର ବାଂସା ନିବାସୀ ଆଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ସଙ୍ଗମଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ସେ ଦର୍ଶନ କରିବାକୁ ଯାଉଥିଲେ, ଏହି ସମୟରେ ହଠାତ୍‌ ତାଙ୍କ ରକ୍ତଚାପ ବଢିଯିବା କାରଣରୁ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେହିପରି ମୃତକ ଆଲୋକ କୁମାର କୌଣସି ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହାଇଦରଗଞ୍ଜ ଥାନା ଅଞ୍ଚଳର ରମୱାକଲା ନିବାସୀ ସୋନା ଦେବୀ(୫୦) ମଙ୍ଗଳବାର ସନ୍ଧ୍ୟାରେ ପ୍ରୟାଗରାଜ ମହାକୁମ୍ଭ ଯିବା ପାଇଁ ନିଜ ପରିବାର ସଦସ୍ୟ ଏବଂ କିଛି ଗାଁ ଲୋକଙ୍କ ସହ ଖଜୁରହଟ ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଭିଡ଼ କାରଣରୁ ଟ୍ରେନରେ ଚଢି ପାରିଲେ ନାହିଁ। ଏହି ସମୟରେ ହଠାତ୍ ମୁଣ୍ଡ ବୁଲାଇବା କାରଣରୁ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡି ଯାଇ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଅଯୋଧ୍ୟା ରାମଲାଲାଙ୍କ ଦର୍ଶନ ପାଇଁ ଆସିଥିବା ଭୋପାଳ ନିବାସୀ ରୁକ୍ମଣୀ(୪୫)ଙ୍କର ବୁଧବାର ସକାଳେ ଚୌରେ ବାଜାର ନିକଟରେ ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ବ୍ୟତୀତ ଜଣେ ୪୮ ବର୍ଷୀୟ ଅଜଣା ବ୍ୟକ୍ତି, ମଧ୍ୟପ୍ରଦେଶର ଅଶୋକ ନଗର ନିବାସୀ ଗାୟତ୍ରୀ, ପିଙ୍କି(୨୫), ବୈଜନ୍ତୀ(୪୦), ମଧ୍ୟପ୍ରଦେଶର ବଲ୍ଲାପୁର ନିବାସୀ ଆୟୁଷ(୮୧), ରଚନା(୩୦), ଡେନ(୧୨), ସୁଗନା(୪୨) ଏବଂ ଖେରିୟା ନିବାସୀ ମାନ ସିଂହ(୫୪) ପ୍ରମୁଖ ଆହତ ଅବସ୍ଥାରେ ମେଡିକାଲ କଲେଜରେ ପହଞ୍ଚିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories