www.samajalive.in
Monday, December 15, 2025
14.1 C
Bhubaneswar

ମୋଟେର ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି

ଲଡୁଗାଁ/ମୋଟେର: ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଥିବାବେଳେ ବ୍ଲକ ଦାବି ନେଇ ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତି ବୈଠକ କରି ଦାବିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ପୂର୍ତ୍ତବିଭାଗର ଡାକ ବଙ୍ଗଳାଠାରେ ରବିବାର ଏକ ପ୍ରସ୍ତୁତି ବୈଠକରେ ମୋଟେର ପଞ୍ଚାୟତକୁ ଏକ ନୂତନ ବ୍ଲକ ଘୋଷଣା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ମୋଟେର ଛକ ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ୫ଟି ବ୍ଲକର କେନ୍ଦ୍ରସ୍ଥଳରେ ରହିଛି। କୋକସରା, ଜୟପାଟଣା ଓ ଜୁନାଗଡ଼ ବ୍ଲକର ୧୧ ପଞ୍ଚାୟତକୁ ନେଇ ନୂତନ ମୋଟେର ବ୍ଲକ ଦାବି କରାଯାଇଛି। ବୈଠକର ଆବାହକ ପଦ୍ମ କିଶୋର ପୁଝାରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମୋଟେର ସରପଞ୍ଚ ସୁଶୀଳ କୁମାର ଶବର, ଦେବେନ୍ଦ୍ର ପାଟ୍ଟଯୋଷୀ, ରୋହନ ପାଟ୍ଟଯୋଷୀ, ସୁବ୍ରତ ପାଟ୍ଟଯୋଷୀ, ନବ କିଶୋର ଦାସ, ବୈଦ୍ୟନାଥ ପାଟ୍ଟଯୋଷୀ, ପୁରୁଷୋତ୍ତମ ସିଂହ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ଭୌଗୋଳିକ ଦୃଷ୍ଟିରୁ ବ୍ଲକ ଦାବିକୁ ଯଥାର୍ଥ କହିବା ସହ ରାଜ୍ୟ ସରକାରଙ୍କୁ ଦାବି ଉପସ୍ଥାପନ କରିବାକୁ ମତ ରଖିଥିଲେ। ସର୍ବସମ୍ମତ୍ତି କ୍ରମେ ନୂତନ ବ୍ଲକ ଗଠନ ନେଇ ଏକ କମିଟି ଗଠନ କରାଯାଇଛି। ସଭାପତି ଭାବେ ପଦ୍ମ କିଶୋର ପୁଝାରି, ସମ୍ପାଦକ ଭାବେ ରୋହନ ପାଟ୍ଟଯୋଷୀ, କୋଷାଧ୍ୟକ୍ଷ ଭାବେ ଯଶୋବନ୍ତ ପାଟ୍ଟଯୋଷୀ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ରାମ ନାରାୟଣ ପୁଝାରି କରିଥିବା ବେଳେ ପୁରୁଷୋତ୍ତମ ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ। ମୋଟେର ବ୍ଲକ ଦାବି ପ୍ରସ୍ତୁତି ବୈଠକରେ କୋକସରା, ଜୟପାଟଣା, ଜୁନାଗଡ଼ ବ୍ଲକ ଅଞ୍ଚଳର ଶତାଧିକ ଜନ ସାଧାରଣ ଉପସ୍ଥିତ ରହି ଦାବିକୁ ଯଥାର୍ଥ କହିବା ସହ ନୂତନ ବ୍ଲକ ଗଠନ ହେଲେ ଅଞ୍ଚଳବାସୀଙ୍କ ଆର୍ଥିକ, ସାମାଜିକ, ବ୍ୟବସାୟିକ ଉନ୍ନତି ହେବ ବୋଲି ମତ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories