www.samajalive.in
Saturday, December 6, 2025
15.1 C
Bhubaneswar

କଲକାତା ଦୁଷ୍କର୍ମ ମାମଲା: ସଞ୍ଜୟକୁ ମୃତ୍ୟୁଦଣ୍ଡ ଦାବିରେ ହାଇକୋର୍ଟ ଗଲା ସିବିଆଇ

କଲକାତା: କଲକାତାସ୍ଥିତ ଆର.ଜି.କର ମେଡିକାଲ କଲେଜର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗର ସିଆଲଦାହ୍‌ସ୍ଥିତ ଅଦାଲତ ଗତ ୨୦ରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ତେବେ ସଞ୍ଜୟକୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ ଦାବିରେ ସିବିଆଇ ପକ୍ଷରୁ ଶୁକ୍ରବାର କଲକାତା ହାଇକୋର୍ଟରେ ପିଟିସନ ଦାଏର କରାଯାଇଛି। ଇତିପୂର୍ବରୁ ପଶ୍ଚିମବଙ୍ଗ ସରକାର ଅନୁରୂପ ଦାବି କରି ହାଇକୋର୍ଟରେ ପିଟିସନ ଦାଏର କରିସାରିଛନ୍ତି। ଆସନ୍ତା ୨୭ରେ ଜଷ୍ଟିସ ଦେବାଂଶୁ ବସାକ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡିଛି। ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ଡେପୁଟି ସଲିସିଟର ଜେନେରାଲ ରାଜଦୀପ ମଜୁମଦାର କହିଛନ୍ତି ଯେ ନିମ୍ନ ଅଦାଲତରେ ଉପଯୁକ୍ତ ଦଣ୍ଡାଦେଶ ମିଳିନଥିବାରୁ ଏହାର ପ୍ରତିବାଦରେ ଉପରିସ୍ଥ ଅଦାଲତକୁ ଯିବାର ଅଧିକାର ସିବିଆଇ ନିକଟରେ ରହିଛି। ଅପରପକ୍ଷରେ ରାଜ୍ୟ ସରକାର ହାଇକୋର୍ଟର ଦ୍ବାରସ୍ଥ ହେବା ପ୍ରସଙ୍ଗକୁ ସିବଆଇ ସମାଲୋଚନା କରିଛି। ତଦନ୍ତକାରୀ ସଂସ୍ଥା ଭାବେ ଦଣ୍ଡାଦେଶ ବିରୋଧରେ ଅପିଲ କରିବାର ଅଧିକାର କେବଳ ସିବିଆଇ ନିକଟରେ ରହିଥିବା କୁହାଯାଇଛି।
ସୂଚନାଯୋଗ୍ୟ ୨୦୨୪ ଅଗଷ୍ଟ ୯ରେ ଆର.ଜି.କର ମେଡିକାଲ କଲେଜ ପରିସରରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଅଗଷ୍ଟ ୧୦ରେ କଲକାତା ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରିଥିଲା। ତେବେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବାପରେ କଲକାତା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ମାମଲାର ତଦନ୍ତ ଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା। ସିବିଆଇ ପକ୍ଷରୁ ମେଡିକାଲ କଲେଜର ତତ୍କାଳୀନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ଜଣେ ପୁଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସେମାନଙ୍କୁ ଜାମିନ ମିଳିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସିଆଲଦାହ୍‌ ଫୌଜଦାରୀ ଅଦାଲତ ଗତ ୨୦ରେ ସଞ୍ଜୟକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories