www.samajalive.in
Saturday, December 13, 2025
27.1 C
Bhubaneswar

ଜୟନ୍ତୀ ବେହେରା ପାରା-ଆଥଲେଟିକ୍ସ ଜାତୀୟସ୍ତରକୁ ମନୋନୀତ

ସୁଆଣ୍ଡୋ : ଦେଶର ଶ୍ରେଷ୍ଠ ଦଶ ଜଣ ପାରା-ଆଥଲେଟିକ୍ସ ଭାବେ ଓଡିଶାରୁ ପୁରୀଜିଲା ସତ୍ୟବାଦୀର ଦୌଡରାଣୀ ଜୟନ୍ତୀ ବେହେରା ଚୟନ କମିଟି ଦ୍ୱାରା ମନୋନୀତ ହୋଇ ଦଳରେ ସାମିଲ ହୋଇଛନ୍ତି । ଓଡିଶାରୁ ସେ ହେଉଛନ୍ତି ପ୍ରଥମ ପାରା-ଆଥଲେଟ ଭାବେ ଜଣାଶୁଣା । ଦେଶ ତଥା ଦେଶ ବାହାରେ ଦୌଡ ପ୍ରତିଯୋଗିତାରେ ଜୟନ୍ତୀ ଅଂଶ ଗ୍ରହଣ କରି ନିଜର ଉତ୍କର୍ଷତା ପ୍ରଦର୍ଶନ କରିଆସିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ରାଜ୍ୟର କ୍ରୀଡାପ୍ରେମୀଙ୍କ ମନରେ ଆନନ୍ଦ ଖେଳି ଯାଇଛି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ନିକଟରୁ ଆଶୀର୍ବାଦ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପୁରସ୍କୃତ ହୋଇଥିଲେ । ତାଙ୍କର ଗୁରୁ ବିଷ୍ଣୁ ସାରଙ୍କ ପ୍ରଚେଷ୍ଟା ଓ ଆଶୀର୍ବାଦ ଯୋଗୁଁ ସେ ଏତେ ବାଟ ଯାଇ ପାରିଛନ୍ତି ବୋଲି କହିଛନ୍ତି । ତାଙ୍କର ଲକ୍ଷ ଅଲମ୍ପିକସରେ ଖେଳି ଦେଶ ପାଇଁ ଗୌରବ ଆଣିବେ । ସତ୍ୟବାଦୀରେ ଏହି ଖବର ପରିପ୍ରେକ୍ଷୀରେ ସମସ୍ତେ ଜୟନ୍ତୀଙ୍କ ପ୍ରଶଂସା କରୁଥିବା ଜଣାପଡ଼ିଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories