www.samajalive.in
Monday, December 15, 2025
16.1 C
Bhubaneswar

ବାଗଚୀ କରୁଣାଶ୍ରୟ ପାଲିଏଟିଭ ସେବା କେନ୍ଦ୍ର’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ଭୁବନେଶ୍ୱର ଠାରେ ମଙ୍ଗଳବାର ‘ବାଗଚୀ କରୁଣାଶ୍ରୟ ପାଲିଏଟିଭ ସେବା କେନ୍ଦ୍ର’ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସହ ହୋମ୍ କେୟାର ଏବଂ ଗବେଷଣା କେନ୍ଦ୍ରର ସୁବିଧା ଥିବା ଏହି ଅନୁଷ୍ଠାନ ମାନବୀୟ ଆଦର୍ଶର ଏକ ଶ୍ରେଷ୍ଠ ଉଦାହରଣ। ଏକ ବିଶ୍ଵସ୍ତରୀୟ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବା ସହ କ୍ୟାନସର ରୋଗୀଙ୍କ ଯତ୍ନ ଏବଂ ସେମାନଙ୍କ କଷ୍ଟ ଲାଘବ ପାଇଁ ନିଃସ୍ଵାର୍ଥପର ଭାବେ ଏଭଳି ଏକ କେନ୍ଦ୍ର ପ୍ରତିଷ୍ଠା କରିଥିବାରୁ ମୁଖ୍ୟମନ୍ତ୍ରୀ ବାଗଚୀ ଦମ୍ପତ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ବିକଶିତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନିମନ୍ତେ ଲୋକଙ୍କ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟସେବାକୁ ଗୁରୁତ୍ଵ ଦେଇ ବଜେଟରେ ସର୍ବାଧିକ ୨୧ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ନିମନ୍ତେ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଯଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଆହୁରି ତ୍ୱରାନ୍ୱିତ ହେବ।

- Advertisement -

ଏଭଳି ଏକ ସେବା କେନ୍ଦ୍ର ନିଶ୍ଚିତ ଭାବେ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ବରଦାନ। ଏହାକୁ ଆହୁରି ବିଶ୍ଵସ୍ତରୀୟ କରିବା ନିମନ୍ତେ ଆବଶ୍ୟକୀୟ ସୁବିଧା ସହଯୋଗ ଯୋଗାଇଦେବା ପାଇଁ ଆମ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories