www.samajalive.in
Friday, December 12, 2025
27.1 C
Bhubaneswar

ଯୁବତୀ ଚାଲାଣ କରୁଥିଲେ ହଂସିତା !

ଭୁବନେଶ୍ବର: ଅନିଲ-ହଂସିତାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଏହି ଯୋଡ଼ି ବଡ଼ବଡ଼ିଆଙ୍କୁ ଖୁସି କରିବା ଲାଗି ଯୁବତୀ ଚାଲାଣ କରୁଥିବା ପୁଲିସ ହାତରେ ସୁରାକ ଲାଗିଛି। ପୁଲିସ ସେମାନଙ୍କଠାରୁ ଜବତ କରିଥିବା ଫୋନ୍‌ ଯାଞ୍ଚ ପରେ ଏହି ତଥ୍ୟ ସାମ୍‌ନାକୁ ଆସିଛି। ଏନେଇ ଠକ ଯୋଡ଼ିଙ୍କ ନାଁରେ ଇନ୍‌ଫୋସିଟି ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। କ୍ରାଇମ ୟୁନିଟ୍‌ ଏହି ଘଟଣାର ଖୋଳତାଡ଼ ଜାରି ରଖିଛି। ହଂସିତା କେଉଁ କେଉଁ ବଡ଼ବଡ଼ିଆଙ୍କ ପାଖକୁ ଯୁବତୀ ପଠାଇ ଖୁସି କରୁଥିଲା, ସେମାନଙ୍କଠାରୁ ଖୁସି କରିବା ପରିବର୍ତ୍ତେ କ’ଣ ସବୁ ହାସଲ କରୁଥିଲା ତାକୁ ନେଇ ପୁଲିସ ଖୋଳତାଡ଼ ଜୋରଦାର କରିଛି। ଆଗକୁ ବଡ଼ବଡ଼ିଆଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିପାରେ। ପୁଣି କୋଟି କୋଟି ଟଙ୍କାର କାରବାର ସହ ଦାମୀ କାର୍‌ ମଧ୍ୟ ବ୍ୟବହାର କରୁଥିବା ହଂସିତା ଅଭିଲିପ୍ସା ନିଜର ମିଥ୍ୟା ପରିଚୟପତ୍ର ସହ ମିଥ୍ୟା ପୁଲିସ ଯାଞ୍ଚରେ ପାସପୋର୍ଟ ହାତେଇ ଥିଲା। ହଂସିତାର ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ହୋଇଥିବାବେଳେ ୨୦୧୭ରେ ତା’ ନାଁରେ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ବିଷ୍ଣୁପ୍ରିୟା ନିଜର ପରିଚୟ ବଦଳାଇ ଦେଇଥିଲା। ଅନ୍ୟପଟେ ହଂସିତା ଓରଫ ବିଷ୍ଣୁପ୍ରିୟାର ପ୍ରକୃତ ସ୍ବାମୀ କିଏ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଗୋଟିଏ ପଟେ ସରୋଜ ସାହୁକୁ ନିଜର ସ୍ବାମୀ ଦର୍ଶାଇ ସେ ଅନ୍ତରୀଣ ଜାମିନ ଆବେଦନ କରିଥିଲା। ଅନ୍ୟପଟେ ନିୟମିତ ଜାମିନ ପାଇଁ ଦାଖଲ କରିଥିବା ପିଟିସନରେ ନିଜର ସ୍ବାମୀ ଭାବେ ଅନିଲ ମହାନ୍ତିକୁ ଦର୍ଶାଇଥିଲା। ଯାହାକୁ ନେଇ କୋର୍ଟ ହଂସିତାର ଅନ୍ତରୀଣ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ନିଜକୁ ଜଣେ ବରିଷ୍ଠ ଅଧିକାରୀଙ୍କ ଝିଅ-ଜ୍ବାଇଁ କହି ଉଭୟ ଗତ ୨୦୨୩ ଜାନୁଆରୀ ୧୨ରେ ଇଏସଏଲ ବୋକାରୋ କମ୍ପାନୀ ସହ ୨୮୩ କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯାହାର ପ୍ରାମାଣ ପୁଲିସ ପାଇବା ସହ କୋର୍ଟରେ ଦାଖଲ କରିଛି। ଏବେ ଇନ୍‌ଫୋସିଟି ପୁଲିସ ଠକ ଯୋଡ଼ିଙ୍କ ନାଁରେ ମାମଲା ରୁଜୁ କରି ଯୁବତୀ ଚାଲାଣର ତଦନ୍ତ ଆରମ୍ଭ କରିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories