www.samajalive.in
Friday, December 5, 2025
20.1 C
Bhubaneswar

ଗଠନ ହେଲାନି ଷଷ୍ଠ: ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ

ଭୁବନେଶ୍ବର : ନୂଆ ସରକାର ଗଠନ ହେବାର ୭ମାସ ହେଲାଣି। ଏହି ସମୟ ମଧ୍ୟ ସରକାର ୬ଷ୍ଠ ଅର୍ଥ କମିଶନ ଗଠନ କରିବାରେ ସଫଳ ହୋଇନାହାନ୍ତି। କମିସନ ନଥିବାରୁ ରାଜ୍ୟକୁ କେନ୍ଦ୍ରରୁ ୧୬ଶ ଅର୍ଥ କମିଶନ ସୁପାରିସରେ ଅର୍ଥ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ଫେବୃଆରୀ ୪ରୁ ୧୬ଶ ଅର୍ଥ କମିସନ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ କମିଶନ ରାଜ୍ୟ ୬ଷ୍ଠ ଅର୍ଥ କମିଶନଙ୍କ ସହିତ ବିଭିନ୍ନ ରାଜନୈତିକ ନେତୃବୃନ୍ଦ, ଆକାଉଣ୍ଟ ଜେନେରାଲଙ୍କ ସହିତ ବିଭିନ୍ନ ବାବଦରେ ଅର୍ଥ ବରାଦ ନେଇ ଆଲୋଚନା କରିବେ। ସରକାର ଏ ପର୍ଯ୍ୟନ୍ତ ରାଜ୍ୟ ୬ଷ୍ଠ ଅର୍ଥ କମିଶନ ଗଠନ କରିନଥିବାରୁ କେନ୍ଦ୍ର ଅର୍ଥ କମିସନ ନିକଟରେ ଅପଦସ୍ଥ ହେବାର ଆଶଙ୍କା ଉପୁଜିଛି। ଅର୍ଥ କମିଶନ ଗଠନ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ବିଭିନ୍ନ ଯୋଜନାରେ ସରକାର କେନ୍ଦ୍ରରୁ ହାତ ଖୋଲା ଅର୍ଥ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳ ସହିତ ସହରାଞ୍ଚଳର ବିକାଶ ନକ୍ସା ରାଜ୍ୟ ଅର୍ଥ କମିସନ ଚୂଡ଼ାନ୍ତ କରନ୍ତି। କମିଶନଙ୍କ ସୁପାରିସ ଓ ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ବିଭିନ୍ନ ଯୋଜନା ବାବଦରେ ଅର୍ଥ ବରାଦ କରିଥାନ୍ତି। ରାଜ୍ୟ ସରକାର ଆସନ୍ତା ମାସରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଣିବେ। କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ୧୬ଶ ଅର୍ଥ କମିଶନ ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ଦ୍ବାରା ଗଠିତ ଅର୍ଥ କମିଶନଙ୍କ ସହିତ ଆଲୋଚନା କରି ବିଭିନ୍ନ ଯୋଜନା ବାବଦରେ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସକାଶେ ସୁପାରିସ କରୁଛନ୍ତି। ଏଥିମଧ୍ୟରେ ୧୬ଶ ଅର୍ଥ କମିଶନ ଏକାଧିକ ରାଜ୍ୟ ଗସ୍ତ କରି ସେଠାକାର ଅର୍ଥ କମିସନଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ଫେବୃଆରୀ ୪ରୁ ୧୬ଶ ଅର୍ଥ କମିଶନ ଓଡ଼ିଶା ଗସ୍ତରେ ଆସିବା ଆପାତତଃ ଚୂଡ଼ାନ୍ତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। କମିଶନ ୩ ଦିନ
ପର୍ଯ୍ୟନ୍ତ ଓଡ଼ିଶାରେ ଅବସ୍ଥାନ କରିବେ। ଏହି ସମୟ ମଧ୍ୟରେ ସେମାନେ ରାଜ୍ୟ ଅର୍ଥ କମିସନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦୁର୍ଭାଗ୍ୟର ବିଷୟ ନୂଆ ବିଜେପି ସରକାର କ୍ଷମତାକୁ ଆସିବାର ୭ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୬ଷ୍ଠ ଅର୍ଥ କମିଶନ ଗଠନ ସମ୍ଭବ ହୋଇପାରିନାହିଁ। ରବିନାରାୟଣ ସେନାପତି ୫ମ ଅର୍ଥ କମିସନର ଅଧ୍ୟକ୍ଷ ରହିଥିଲେ। ତାଙ୍କ କାର୍ଯ୍ୟକାଳ ଶେଷ ପରେ ବିଜେପି ସରକାର ନୂଆ ଅର୍ଥ କମିଶନ ନିଯୁକ୍ତି ଦେଇପାରିନାହାନ୍ତି। ରାଜ୍ୟ ଅର୍ଥ କମିଶନ ଗଠନ ହୋଇନଥିବାରୁ ୧୬ଶ ଅର୍ଥ କମିଶନ କାହା ସହିତ ଆଲୋଚନା କରିବେ, ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସେହିପରି ଅର୍ଥ କମିଶନ ଗଠନ ହୋଇନଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅର୍ଥ ବରାଦକୁ ନେଇ ଆଶଙ୍କା ଉପୁଜିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories