www.samajalive.in
Saturday, December 6, 2025
15.1 C
Bhubaneswar

ଇଞ୍ଜିନିୟରଙ୍କ ଠାରୁ ୧୧ କୋଟି ଠକି ନେଲେ ସାଇବର ଅପରାଧୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଠାରୁ ସାଇବର ଠକ ଦଳ ୧୧ କୋଟି ଟଙ୍କା ଠକି ନେଇଛନ୍ତି। ଠକାମିର ଶିକାର ଇଞ୍ଜିନିୟର ହେଉଛନ୍ତି ବିଜୟ କୁମାର। ସାଇବର ଠକ ଦଳ ନିଜକୁ ପୁଲିସ, ବହିର୍ଶୁଳ୍କ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଧିକାରୀର ପରିଚୟ ଦେଇ ତାଙ୍କ ଠାରୁ ଟଙ୍କା ଠକି ନେଇଛନ୍ତି। ବିଜୟ କୁମାର ସେୟାର ବଜାରରେ ୫୦ ଲକ୍ଷ ଟଙ୍କାର ପୁଞ୍ଜିନିବେଶ କରିଥିଲେ। ଏହା ବୃଦ୍ଧି ପାଇ ୧୨ କୋଟିରେ ପହଞ୍ଚିଥିଲା।

ବିଜୟଙ୍କ ପାଖରେ ଏତେ ଟଙ୍କାର ଅର୍ଥ ଥିବା ଜାଣି ସାଇବର ଠକମାନେ ଲୁଟିବାର ଯୋଜନା କରିଥିଲେ। ଠକମାନେ ତଦନ୍ତକାରୀ ଏଜେନ୍ସିର ପରିଚୟ ଦେଇ ତାଙ୍କୁ ଗିରଫର ଧମକ ଦେଇଥିଲେ। ପରେ ତାଙ୍କ ଠାରୁ ତାଙ୍କର ଆଧାର ନମ୍ବର, ପାନ୍ ନମ୍ବର ଓ କେୱାଇସି ତଥ୍ୟ ମାଗିଥିଲେ। ବିଜୟ ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ ଦେବା ପରେ ଠକ ଦଳ ତାଙ୍କର ସମସ୍ତ ଅର୍ଥ ଲୁଟି ନେଇଥିଲେ।

- Advertisement -

ଅଭିଯୋଗ ପାଇବା ପରେ ସାଇବର ଅପରାଧ ପୁଲିସ ଘଟଣାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ୭.୫ କୋଟି ଟଙ୍କା ଜବତ କରିଛି। ଟଙ୍କା ଠକେଇ ପରେ ଅଭିଯୁକ୍ତମାନେ ସୁରତ ଯାଇ ସେଠାରେ ସୁନା କିଣିଥିଲେ। ଫଳରେ ସେମାନଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories