www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଟ୍ରମ୍ପ

ୱାଶିଂଟନ : ରିପବ୍ଲିକାନ ପାର୍ଟି ନେତା ଡୋନାଲଡ ଟ୍ରମ୍ପ ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ହ୍ବାଇଟ ହାଉସରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ପ୍ରତିକୂଳ ପାଣିପାଗର ସମ୍ଭାବନା ଥିବାରୁ ଶପଥ ଗ୍ରହଣ ଉତ୍ସବକୁ ଇନ୍‌ଡୋର ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଉଛି। ୧୯୮୫ରେ ତତ୍କାଳୀନ ରାଷ୍ଟ୍ରପତି ରୋନାଲଡ ରେଗାନ ଏହି ସ୍ଥାନରେ ଶପଥଗ୍ରହଣ କରିଥିଲେ। ଭାରତୀୟ ସମୟ ରାତି ୧୦ଟା ୩୦ରେ ଏହି ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ ବୋଲି ଜଣାପଡିଛି। ଟ୍ରମ୍ପ ସପରିବାର ଏୟାରଫୋର୍ସ ୱାନ ବିମାନରେ ଆସି ରବିବାର ୱାଶିଂଟନରେ ପହଞ୍ଚିଛନ୍ତି। ଶପଥ ନେବାପରେ କ୍ୟାପିଟାଲ ୱାନ ଏରିନାରେ ଟ୍ରମ୍ପ ସମର୍ଥକଙ୍କୁ ଭେଟିବା ସହ ସେଠାରେ ବିଜୟ ଉତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ଶପଥ ଗ୍ରହଣ ଉତ୍ସବରେ ଏକାଧିକ ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେଉଥିବାବେଳେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଭାରତକୁ ପ୍ରତିନିଧିତ୍ବ କରିବେ। ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ୱାଶିଂଟନରେ ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆମେରିକାର ସିକ୍ରେଟ ସର୍ଭିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ ପ୍ରଚାର ସମୟରେ ଗତବର୍ଷ ପେନସିଲଭାନିୟା ଓ ଫ୍ଲୋରିଡାରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା। ଟ୍ରମ୍ପ ସୌଭାଗ୍ୟବଶତଃ ଆକ୍ରମଣରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ଏହି ଘଟଣାକୁ ସିକ୍ରେଟ ସର୍ଭିସ ଗୁରୁତ୍ବର ସହ ଗ୍ରହଣ କରୁଛି। ଶପଥ ଗ୍ରହଣ ଉତ୍ସବରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ, ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଇଛି। ଶପଥ ଗ୍ରହଣ ସ୍ଥଳ ସମେତ ସମଗ୍ର ୱାଶିଂଟନ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି। ଉତ୍ସବକୁ ଆସୁଥିବା ଲୋକଙ୍କୁ କଡା ସୁରକ୍ଷା ବଳୟ ଦେଇ ଯିବାକୁ ପଡିବ। ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନଙ୍କୁ ପରାସ୍ତ କରି ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଏଭଳି ଗୁରୁ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ସେ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିସାରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories