www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ପୁଞ୍ଜି ବଜାର ଉପରେ ପଡ଼ିବ ଟ୍ରମ୍ପ ୨.୦ର ପ୍ରଭାବ

ନୂଆଦିଲ୍ଲୀ: ସୋମବାର ହ୍ଵାଇଟହାଉସ୍‌ରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦ୍ଵିତୀୟ ପାଳି ଆରମ୍ଭ କରି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ତେବେ ଭାରତୀୟ ପୁଞ୍ଜି ବଜାର ଉପରେ ଏହାର ଉଲ୍ଲେଖନୀୟ ପ୍ରଭାବ ପଡ଼ିବା ନେଇ ଆଶା କରାଯାଉଛି। କାରଣ ନଭେମ୍ବରରେ ଟ୍ରମ୍ପ ସ୍ପାଇଟହାଉସ୍‌କୁ ଫେରିବା ନେଇ ଖବର ମିଳିବା ପରେ ଭାରତୀୟ ପୁଞ୍ଜି ବଜାର ୯୦୦ ପଏଣ୍ଟ ବଢ଼ିଥିଲା। ସେହିପରି ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ହେବା ଫଳରେ ଭାରତୀୟ ପୁଞ୍ଜି ବଜାରରୁ ବିଦେଶୀ ନିବେଶକ ପୁଞ୍ଜି ପ୍ରତ୍ୟାହାର କରିବାରେ ଲାଗିଛନ୍ତି। ଜାନୁଆରୀ ୧୭ ମଧ୍ୟରେ ବିଦେଶୀ ନିବେଶକ ପ୍ରାୟ ୪୪,୩୯୬ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଅନ୍ୟପକ୍ଷରେ ଆମେରିକାର ସମ୍ଭାବ୍ୟ ଏଚ୍-୧ବି ଭିସା ନିୟମ ପରିବର୍ତ୍ତନ ଭାରତୀୟ ଆଇଟି ଫାର୍ମକୁ ପ୍ରଭାବିତ କରିପାରେ।

ଡୋନାଲ୍ଡ ଟ୍ରମ୍ପ ହ୍ଵାଇଟହାଉସ୍‌କୁ ଫେରିବା ପରେ ଭାରତୀୟ ପୁଞ୍ଜି ବଜାରରେ ଅନିଶ୍ଚିତତା ଦେଖାଦେବା ସହ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧିପାଇପାରେ। ଏହା ଟ୍ରମ୍ପଙ୍କ ପରି ଅପ୍ରତ୍ୟାଶିତ ମଧ୍ୟ ହୋଇପାରେ। ବଜାରର ଅସ୍ଥିର ପରିବର୍ତ୍ତନ ପରି, ତାଙ୍କ ନୀତି ସର୍ବଦା ବିଶ୍ୱକୁ ଚକିତ କରିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ହେବା ନେଇ ନ‌ଭେମ୍ବରରେ ଘୋଷଣା ହେବା ପରେ ଭାରତୀୟ ପୁଞ୍ଜି ବଜାର ୯୦୦ ପଏଣ୍ଟ ବୃଦ୍ଧି ପାଇଥିଲା।

- Advertisement -

ତେବେ ଜାନୁଆରୀ ୨୦ (ରାଷ୍ଟ୍ରପତି ଭାବେ ଶପଥ ନେବା ତାରିଖ) ଯେତେ ପାଖେଇ ଆସୁଛି ଏହି ଆନନ୍ଦ ଅନିଶ୍ଚିତତାରେ ପରିବର୍ତ୍ତନ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଭାବରେ ଟ୍ରମ୍ପଙ୍କ ଦ୍ଵିତୀୟ କାର୍ଯ୍ୟକାଳ ଭାରତୀୟ ପୁଞ୍ଜି ବଜାରକୁ ନୂତନ ଉଚ୍ଚତାକୁ ନେଇଯିବ, ନା ଏହା ଅଧିକ ନିମ୍ନଗାମୀ କରିବ ସେନେଇ ଅନିଶ୍ଚତତା ଲାଗି ରହିଛି। ଟ୍ରମ୍ପଙ୍କ ବିଜୟ ପରେ ବ୍ୟବସାୟ- ଅନୁକୂଳ ନୀତି ଏବଂ ଏକ ସ୍ଥିର ବିଶ୍ବ ଦୃଷ୍ଟିକୋଣ ଆଶା ଦ୍ବାରା ପୁଞ୍ଜି ବଜାର ଚାଳିତ ହୋଇଥିଲା। ତଥାପି ତାଙ୍କ ପ୍ରଶାସନର ବାଣିଜ୍ୟ ନୀତି, ଭୂରାଜନୈତିକ ଉତ୍ତେଜନା ଏବଂ ଅର୍ଥନୈତିକ ନୀତି ପ୍ରତି ଆଭିମୁଖ୍ୟ ବିଷୟରେ ବଢୁଥିବା ଚିନ୍ତାକୁ ପ୍ରତିଫଳିତ କରୁଛି। ଫଳରେ ପୁଞ୍ଜି ବଜାରରେ ଅନିଶ୍ଚିତତା ଲାଗି ରହିଛି। ଏଥିସହ ତାଙ୍କର ଆମେରିକା ପ୍ରଥମ ଏଜେଣ୍ଡା ବିଶ୍ଵ ବାଣିଜ୍ୟ ପରିସ୍ଥିତିକୁ କଠୋର କରିପାରେ।

ଚୀନ୍ ବିରୋଧରେ ସମ୍ଭାବ୍ୟ ବାଣିଜ୍ୟ କଟକଣା ଭାରତକୁ ଲାଭ ଦେଇପାରେ ବୋଲି ଆଶା କରାଯାଉଛି। ଆମେରିକା-ଭାରତ ସମ୍ପର୍କ ଦୃଢ଼ ହେବା ଦ୍ବାରା ଆଇଟି, ଔଷଧ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରକୁ ଲାଭ ମିଳିପାରେ। ସେହିପରି ଏଚ୍-୧ବି ଭିସା ପ୍ରଦାନ ନିୟମ କଡ଼ାକଡ଼ି କରିବା ସମ୍ଭାବନା ଥିବାରୁ ଆମେରିକାରେ ଚାକିରି ଆଶାୟୀ ଭାରତୀୟଙ୍କ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ଆମେରିକୀୟ ଡଲାରର ଶକ୍ତି ବୃଦ୍ଧି ଭାରତୀୟ ଟଙ୍କାକୁ ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚାଇଛି, ଯାହା ଭାରତୀୟ ବଜାରରୁ ବିଦେଶୀ ନିବେଶ ପ୍ରତ୍ୟାହାର ସହିତ ମିଶି ମିଶି ଅତିରିକ୍ତ ଆହ୍ବାନ ସୃଷ୍ଟି କରିଛି। ଭାରତରେ କର୍ପୋରେଟ୍ ଆୟରେ ଉଲ୍ଲେଖନୀୟ ଉନ୍ନତି ନ ହେବା ପର୍ଯ୍ୟନ୍ତ ଟଙ୍କା ଚାପରେ ରହିବ ବୋଲି ବିଶେଷଜ୍ଞ ଆଶା କରୁଛନ୍ତି।

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ‘ଡଲାର ଟ୍ରମ୍ପ’ ମେମେ କଏନ (ଡିଜିଟାଲ ମୁଦ୍ରା) ଜାରି କରି କ୍ରିପ୍ଟୋ ବଜାରକୁ ଚକିତ କରିଛନ୍ତି। ଜାରି ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ମୁଦ୍ରା ୩୦୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ପରେ ଏହାର ବଜାର ମୂଲ୍ୟ ୬. ୭୬ ବିଲିୟନ ଡଲାରରେ ପହଞ୍ଚିଛି।

ଶପଥ ନେବାର ଦୁଇଦିନ ପୂର୍ବରୁ ଶନିବାର ଡୋନାଲ୍ଡ ଟ୍ରମ୍ପ ନିଜ ଅଧିକାରୀକ ମେମେ କଏନ ‘ଡଲାର ଟ୍ରମ୍ପ’ ଜାରି କରି କ୍ରିପ୍ଟୋ ମୁଦ୍ରା ବଜାରକୁ ଚକିତ କରିଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ ତାଙ୍କ ମୁଦ୍ରା ଜାରି ନେଇ ଘୋଷଣା କରିବା ସହ ଏହାକୁ କିଣିବା ପାଇଁ ଲିଙ୍କ୍ ପ୍ରଦାନ କରିଥିଲେ। ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ‘ଡଲାର ଟ୍ରମ୍ପ’ ମୁଦ୍ରାର ବଜାର ମୂଲ୍ୟ ୩୦୦ ପ୍ରତିଶତ ଅଭିବୃଦ୍ଧି ହାସଲ କରି ୬.୭୬ ବିଲିୟନ ଡଲାରରେ ପହଞ୍ଚିଥିଲା । ଜଣେ କ୍ରିପ୍ଟୋ ଟ୍ରେଡର ୧୧ ନିୟୁତ ଡଲାରରେ ୬ ନିୟୁତ ‘ଡଲାର ଟ୍ରମ୍ପ’ ମୁଦ୍ରା କିଣିଥିଲେ। ଏହାର ମାତ୍ର କିଛି ମିନିଟ ମଧ୍ୟରେ ୧୧ ନିୟୁତ ଡଲାର ମୂଲ୍ୟର ମୁଦ୍ରା ୨୩ ନିୟୁତ ଡଲାର ହୋଇଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories