www.samajalive.in
Sunday, December 14, 2025
19.1 C
Bhubaneswar

ଘାଣ୍ଟି ହେଉଛନ୍ତି ମଧ୍ୟବିତ୍ତ ପରିବାର ! ଘର କିଣିବାରେ ଲାଗିଛନ୍ତି ଧନୀ

ନୂଆଦିଲ୍ଲୀ : ଦେଶରେ ମଧ୍ୟବିତ୍ତ ପରିବାର ଦରବୃଦ୍ଧି ଯୋଗୁଁ ଅନେକ ହଇରାଣ ହରକତ ହେଉଥିବା ସମୟରେ ଧନୀ ଲୋକମାନେ ଲଗାତର ବିଳାପୂର୍ଣ୍ଣ ଘର କିଣିବାରେ ଲାଗିପଡିଛନ୍ତି । ଗତ ୫ ବର୍ଷରେ କରୋନା ମହାମାରୀ ପରଠୁ ମଧ୍ୟବିତ୍ତ ପରିବାର ଉପରେ ଅନେକ ଚାପ ପଡିଛି । ଘରୋଇ ବଜେଟ୍ ପ୍ରଭାବିତ ହୋଇଛି । ଏହା ସତ୍ତ୍ବେ ବିଳାସପୂର୍ଣ୍ଣ ଘର ଅର୍ଥାତ୍ ୩ କୋଟି ଟଙ୍କାରୁ ଅଧିକ ଦାମର ଘର ବିକ୍ରିରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । କୋଭିଡ୍ ୧୯ ପରଠୁ ଲକ୍ସରୀ ଓ ଅଲ୍ଟ୍ରା-ଲକ୍ସରୀ ସମ୍ପତ୍ତିର ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଛି ।  ୨୦୨୩ରେ ବିଳାସପୂର୍ଣ୍ଣ ଘରର ବିକ୍ରିରେ ରେକର୍ଡ ପରେ ଏବେ ୨୦୨୪ରେ ନୂଆ ରେକର୍ଡ ଦେଖିବାକୁ ମିଳିଛି ।

ରିୟଲ ଏଷ୍ଟେଟ୍ ସର୍ଭିସ୍ ଓ ଇନଭେଷ୍ଟମେଣ୍ଟ ଫର୍ମ CBRE ର ରିପୋର୍ଟ ଅନୁସାରେ ୨୦୨୪ରେ ବିଳାସପୂର୍ଣ୍ଣ ହାଉସିଂ କ୍ଷେତ୍ରରେ(୪ କୋଟି ଟଙ୍କା ବା ତଦୁର୍ଦ୍ଧ ମୂଲ୍ୟ ବିଶିଷ୍ଟ ଘର) ବିକ୍ରିରେ ୫୩ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଛି । ୨୦୨୩ରେ ସାରା ଦେଶରେ ୧୨,୯୦୦ ଘର ବିକ୍ରି ହୋଇଥିବାବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୧୯,୭୦୦ ରେ ପହଞ୍ଚିଛି ।

- Advertisement -

ଦେଶର ରାଜଧାନୀ ଦିଲ୍ଲୀରେ ବିଳାସପୂର୍ଣ୍ଣ ଘର କ୍ରୟ କରିବାର ଅଧିକ କ୍ରେଜ୍ ରହିଛି । ୨୦୨୪ରେ ଦିଲ୍ଲୀରେ ସମୁଦାୟ ୧୦,୫୦୦ ଲକ୍ସରୀ ୟୁନିଟ୍ସ ବିକ୍ରି ହୋଇଛି ଯାହା ୨୦୨୩ର ୫,୫୨୫ ୟୁନିଟ୍ସ ତୁଳନାରେ ୯୦ ପ୍ରତିଶତ ଅଧିକ । ତେବେ କେବଳ ବିଳାସପୂର୍ଣ୍ଣ ଘର ନୁହେଁ ବରଂ, ଅଲ୍ଟ୍ରା ଲକ୍ସରୀ ଘର(୪୦ କୋଟିରୁ ଅଧିକ ଦାମ୍ ବିଶିଷ୍ଟ ଘର)ର ବିକ୍ରି ମଧ୍ୟ ବଢିଛି । ୨୦୨୪ରେ ୫୯ ଅଲ୍ଟ୍ରା-ଲକ୍ସରୀ ଘର ବିକ୍ରି ହୋଇଛି ଯାହାର ସମୁଦାୟ ଦାମ୍ ୪୭୫୪ କୋଟି ଟଙ୍କା । ୨୦୨୩ରେ ଘର ସଂଖ୍ୟା ୫୮ ଥିଲା ଏବଂ ସମୁଦାୟ ୪୦୬୩ କୋଟି ଟଙ୍କାର କିଣାବିକା ହୋଇଥିଲା ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories