www.samajalive.in
Monday, December 15, 2025
17.1 C
Bhubaneswar

ତୁରେକେଲା ବ୍ଳକରେ ମାଣ୍ଡିଆ କ୍ରୟ କେନ୍ଦ୍ର ଉଦଘାଟିତ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲାର ତୁରେକେଲା ବ୍ଳକର ବଡ଼ଡକଲା ଓ ତୁରେକେଲା ଠାର ଶ୍ରୀ ଅନ୍ନ ଭାବେ ପରିଚିତ ମାଣ୍ଡିଆ କ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଚାଷୀମାନଙ୍କର ଉତ୍ପାଦିତ ଶ୍ରୀ ଅନ୍ନ ଭାବେ ପରିଚିତ ମାଣ୍ଡିଆକୁ ଚାଷୀବନ୍ଧୁ ଏଗ୍ରିକଲଚର ପ୍ରଡ୍ୟୁସର କଂପାନୀ ଲିମିଟେଡ଼ ଓ ବିକଳ୍ପ କଣ୍ଟାବାଞ୍ଜି ତରଫରୁ ୨୦୨୪-୨୦୨୫ ବର୍ଷର ମାଣ୍ଡିଆ କ୍ରୟ କେନ୍ଦ୍ର ଦ୍ୱାରା କିଣିବା ଆରମ୍ଭ ହୋଇଯାଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରତିନିଧି ପୁରନ୍ଦର ବାଗ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଅନ୍ନ ମାଣ୍ଡିଆ ଖାଇବା ଦ୍ୱାରା ସ୍ଵାସ୍ଥ୍ୟ ଉପରେ କିଭଳି ଭାବରେ ପ୍ରଭାବ ପକାଉଛି ତଥା ଦେହର ହିତ ପାଇଁ ନିହାତି ଆବଶ୍ୟକ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାର ବିଭିନ୍ନ ପୌଷ୍ଠିକ ଗୁଣ ଉପରେ ଆଲୋକପାତ କରିବା ସହିତ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସର୍ବନିମ୍ନ ଦର ଉପରେ ବିଷଦ ଆଲୋଚନା କରିଥିଲେ। ଆଗାମି ଦିନରେ ବିପୁଳ ପରିମାଣରେ ମାଣ୍ଡିଆ ଚାଷ କରିବା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବ ଲୋକସଭା ସାଂସଦଙ୍କ ପ୍ରତନିଧି ସୁଦର୍ଶନ କଟା, ହରିଶ୍ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।

- Advertisement -

ଏହାସହିତ ଟିଡ଼ିସିସି ଭବାନୀପାଟଣା ଶାଖା ପରିଚାଳକ ଶୈଳେସ ସାହୁ, ତୁରେକେଲା ଗୋଷ୍ଠୀ କୃଷି ଅଧିକାରୀ ଆନନ୍ଦ ମଲ୍ଲିକ, ତୁରେକେଲା ଗ୍ରାମ ପାଞ୍ଚାୟତର ସରପଞ୍ଚ ଜଳନ୍ଧର ମହାକୁର, ବିକଳ୍ପ ଅନୁଷ୍ଠାନର ବ୍ଳକ ସଂଯୋଜକ ସରୋଜ କୁମାର ସାହୁ,ଚାଷୀ ବନ୍ଧୁ ଏଗ୍ରିକଲଚର ପ୍ରଡ୍ୟୁସର କଂପାନୀ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ସଗ୍ରିଆ, କର୍ମକର୍ତ୍ତା ପ୍ରତୀକ ଦାସ, ବିପନ୍ ମାଝୀ, ମହେନ୍ଦ୍ର ହଂସ, ରାଜେନ୍ଦ୍ର ସାହୁ , ମୋହନ ଠାକୁର, ବଡଡକଲ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଆଖପାଖର ମାଣ୍ଡିଆ ଚାଷୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅଚ୍ୟୁତ ସାହୁ ପରିଚାଳନା କରିଥିବା ବେଳେ ମୂରଲୀ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories