ମୁମ୍ବାଇ: ଶାହିଦ କପୁର ଅଭିନୀତ ଚଳଚ୍ଚିତ୍ର ‘ଦେବା’ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଛି। ଟ୍ରେଲରରେ ଶାହିଦ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିଛି। ଫିଲ୍ମରେ ସେ ଜଣେ ପୁଲିସ ଅଧିକାରୀ ସାଜିଛନ୍ତି। ନିକଟରେ ଚଳଚ୍ଚିତ୍ରର ଟିଜର ରିଲିଜ୍ ହୋଇଥିଲା ଏବଂ ଏହାପରେ ପ୍ରଶଂସକ ଟ୍ରେଲରକୁ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ।
ଏଥିରେ ପୂଜା ହେଗଡ଼େ ଶାହିଦଙ୍କ ନାୟିକା ସାଜିଛନ୍ତି। ଟ୍ରେଲରରେ ତାଙ୍କ ଝଲକ୍ ମଧ୍ୟ ନଜର ଆସିଛି। ଏମାନଙ୍କ ବ୍ୟତୀତ ପାଭେଲ ଗୁଲାଟୀ, ପ୍ରବେଶ ରାଣା ଓ କୁବରା ସୈତ ପ୍ରମୁଖ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ମୁକ୍ତିଲାଭ କରିବ ‘ଦେବା’।



