www.samajalive.in
Sunday, December 14, 2025
14.1 C
Bhubaneswar

ସୈଫଙ୍କ ପୂର୍ବରୁ ଟାର୍ଗେଟରେ ଥିଲେ ଶାହରୁଖ !

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ବାନ୍ଦ୍ରାସ୍ଥିତ ତାଙ୍କ ଫ୍ଲାଟରେ ଆକ୍ରମଣ ପୂର୍ବରୁ କିଙ୍ଗ ଖାନ୍‌ ଶାହରୁଖଙ୍କୁ ଟାର୍ଗେଟ କରାଯାଇଥିଲା। ମୁମ୍ବଇ ପୁଲିସର ଏକ ବିଶେଷ ସୂତ୍ରରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଆତତାୟୀ ସୈଫଙ୍କୁ ଆକ୍ରମଣ କରିଥିଲେ ତାଙ୍କରି ଭଳି ଜଣେ ଦୁର୍ବୃତ୍ତ ଦିନକ ପୂର୍ବରୁ ଶାହରୁଖଙ୍କ ବାସଭବନ ‘ମନ୍ନତ’ ଉପରେ ନଜର ରଖିଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଜାନୁୟାରୀ ୧୪ ତାରିଖରେ ସମାନ ଉଚ୍ଚତାର ଏବଂ ସମାନ ଶାରିରୀକ ଗଠନ ଥିବା ଜଣେ ଆତତାୟୀ ଶାହରୁଖଙ୍କ ଘରକୁ ବାହାରୁ ଯାଞ୍ଚ କରିଥିଲେ। ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି। ମନ୍ନତ ନିକଟରେ ରହିଥିବା ଏକ ଘର ଉପରେ ଲୁହା ଶିଡ଼ି ଜରିଆରେ ଚଢ଼ି ମନ୍ନତ ଆଡକୁ ଚାହିଁ ରହିଥିଲେ। ସମ୍ଭବତଃ ​ସେ ମନ୍ନତରେ ପ୍ରବେଶ କରିବାକୁ ଯୋଜନା କରୁଥିଲେ। ସୈଫଙ୍କ ଘରେ ଯେଉଁ ଦୁର୍ବୃତ୍ତ ପଶିଥିଲା ସେହି ଦୁର୍ବୃତ୍ତ ମନ୍ନତରେ ଅନୁପ୍ରବେଶ ଉଦ୍ୟମ କରିଥିଲା ବୋଲି ପୁଲିସ ସନ୍ଦେହ କରୁଛି। ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୁଲିସ ଅନୁମାନ କରୁଛି। କାରଣ ମନ୍ନତ ନିକଟରୁ ମିଳିଥିବା ଲୁହା ଶିଡ଼ିର ଓଜନ ଅଧିକ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କ ପକ୍ଷେ ତାହାକୁ ସେଠାକୁ ନେବା ସମ୍ଭବ ନୁହେଁ ବୋଲି ପୁଲିସ କହିଛି। ଶାହରୁଖ ଏ ନେଇ ଥାନାରେ କୌଣସି ରିପୋର୍ଟ କରି ନ ଥିଲେ ହେଁ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅନୁସନ୍ଧାନ ଚଳାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories