www.samajalive.in
Sunday, December 14, 2025
19.1 C
Bhubaneswar

ସାଟେଲାଇଟ୍ ସର୍ଭେରେ ତ୍ରୁଟି: ଟୋକନରୁ ବଞ୍ଚିତ ଚାଷୀ, ବିକ୍ରି କରିପାରୁ ନାହାନ୍ତି ଧାନ

ରେଙ୍ଗାଲି: ଡିଜିଟାଲ ଇଣ୍ଡିଆର ସ୍ଳୋଗାନରେ ଦେଶ ମସଗୁଲ୍ ହୋଇ ରହୁଥିବାବେଳେ ବିଭିନ୍ନ କାମକୁ ସହଜ ଓ ତ୍ବରାନ୍ବିତ କରିବାକୁ ସାଟେଲାଇଟ୍ ସର୍ଭେକୁ ପ୍ରାଥମିକତା ଦିଆଯାଉଛି। ସାଟେଲାଇଟ ସର୍ଭେକୁ ନିର୍ଭୁଲ୍ ଓ ସଠିକ୍ ବୋଲି ସରକାରୀ ଅଧିକାରୀମାନେ ଯୁକ୍ତି କରୁଛନ୍ତି। ଭୁଲ୍ ତ୍ରୁଟି ହେଲେ ଆମେ କିଛି କରିପାରିବୁ ନାହିଁ ବୋଲି ହାତ ଟେକି ଦେଉଛନ୍ତି। ଏଭଳି ସ୍ଥିତିରେ ନିରୀହ ଲୋକେ ହକ୍‌ରୁ ବଞ୍ଚିତ ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି। ସମ୍ବଲପୁର ଜିଲାର ଧାନ ଚାଷୀମାନଙ୍କ ଟୋକନ୍ ପ୍ରଦାନ ପୂର୍ବରୁ ହୋଇଥିବା ସାଟେଲାଇଟ୍ ସର୍ଭେରେ ତ୍ରୁଟି ଯୋଗୁଁଁ ଅନେକ ଚାଷୀ ଟୋକନ୍ ନ ପାଇ ଧାନ କ୍ରୟକେନ୍ଦ୍ରରେ ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ ହେଉଛି।

ରେଙ୍ଗାଲି ବ୍ଲକ ଲଇଡା ଗ୍ରାମର କୈଳାସ ଚନ୍ଦ୍ର ଭୋଇ ଚାଷ କରିଥିବା ୬ ଏକର ୫୫ ଡେସମିଲ୍ ଜମିର ଟୋକନ୍ ପାଇ ନ ଥିବାରୁ ଉକ୍ତ ଜମିରୁ ଉତ୍ପାଦିତ ଧାନ କ୍ରୟକେନ୍ଦ୍ରରେ ବିକ୍ରି କରିପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। କୈଳାସ ରେଙ୍ଗଲୋଇ ମୌଜା ଖାତା ନମ୍ବର ୧୨୩ର ୬ ଏକର ୫୫ ଡେସମିଲ୍ ଜମିରେ ଧାନ ଚାଷ କରିଛନ୍ତି। ଗତ ବର୍ଷ ଏହି ଜମିରେ ଚାଷ ହୋଇଥିବା ଧାନ ବିକିବାକୁ ୮୫ କ୍ବିଣ୍ଟାଲ ୧୫‌ କେଜିର ଟୋକନ୍ ପାଇଥିଲେ। କିନ୍ତୁ ଚଳିତ ବର୍ଷ ସେ ନିର୍ଦ୍ଧାରିତ ସମୟ ଅବଧିରେ ଆନୁସଙ୍ଗିକ କାଗଜପତ୍ର ସହ ଟୋକନ୍ ପାଇଁ ରେଜିଷ୍ଟ୍ରେସନ କରି କରିଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ଟୋକନ ମିଳିନାହିଁ। ଏଥିପାଇଁ ଶ୍ରୀ ଭୋଇ ଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଡିଆରସିଏସ ପ୍ରମୁଖ ଅଧିକାରୀଙ୍କୁ ସାକ୍ଷାତ କରି ଟୋକନ୍ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିନାହିଁ। ସାଟେଲାଇଟ ଲାଇଟ୍ ସର୍ଭେରେ କୈଳାସ ଭୋଇଙ୍କ ଜମି ରେ ଧାନ ଚାଷ ହୋଇ ନାହିଁ ବୋଲି ରିପୋର୍ଟ ଆସିଥିବାରୁ ତାଙ୍କୁ ଟୋକନ୍ ମିଳିଲା ନାହିଁ ବୋଲି ଡିଆରସିଏସ୍ ଯୁକ୍ତି ଦେଖାଇଲେ। ଶ୍ରୀ ଭୋଇ ଧାନ ଚାଷ ହୋଇଥିବା ସମସ୍ତ ପ୍ରମାଣ ଡିଆରସିଏସଙ୍କଠାରେ ଉପସ୍ଥାପନ କରିଥିବାବେଳେ ଏହା ସାଟେଲାଇଟ ସର୍ଭେର ରିପୋର୍ଟ ଆମେ କିଛି କରିପାରିବୁ ନାହିଁ ବୋଲି ଡିଆରସିଏସ୍ ରୋକ୍ ଠୋକ୍ ଶୁଣାଇ ଦେଇ ଟୋକନ୍ ଜାରି ହୋଇପାରିବ ନାହିଁ ବୋଲି ହାତ ଟେକିଦେଲେ। ଚାଷୀ କୈଳାସ ଭୋଇଙ୍କ ଭଲି ସାବିତ୍ରୀ ସାହୁ ସମେତ ଅନେକ ଚାଷୀ ଟୋକନରୁ ବଞ୍ଚିତ ହୋଇ ଧାନ କ୍ରୟକେନ୍ଦ୍ରରେ ଧାନ ବିକ୍ରି କରି ନପାରି ଅଭାବୀ ବିକ୍ରି ଜାଲରେ ପଡ଼ି ଶୋଷିତ ହେଉଛନ୍ତି। ଏଥିପାଇଁ ସରକାରଙ୍କ ଘୋଷିତ ୮ଶହ ଟଙ୍କା ବୋନସ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରଶାସନ ପାଖରେ ଗୁହାରୀ କଲେ ସାଟେଲାଇଟ ସର୍ଭେ ରିପୋର୍ଟର ଦ୍ବାହି ଦେଇ ଆମେ କିଛି କରିପାରିବୁ ନାହିଁ ବୋଲି ଉତ୍ତର ଦେଇ ହାତ ଟେକି ଦେଉଛନ୍ତି।

- Advertisement -

ଏହି ପରିପ୍ରେକ୍ଷୀରେ ଟୋକନରୁ ବଞ୍ଚିତ ଚାଷୀ ଗୁହାରୀ କରିବ କାହାକୁ ବୋଲି ପ୍ରଶ୍ନ ହେଉଛି। ସାଟେଲାଇଟ ତ୍ରୁଟି ସଂଶୋଧନ କରିବ କିଏ? ତ୍ରୁଟି ପାଇଁ କିଏ ଦାୟୀ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇ ଏହି ସମସ୍ୟାର ଫଳପ୍ରଦ ସମାଧାନ କରି ଟୋକନରୁ ବଞ୍ଚିତ ଚାଷୀମାନଙ୍କୁ ଶୀଘ୍ର ଟୋକନ୍ ଯୋଗାଇ ଦେବାକୁ ଦାବି ହେଉଛି। ଉପରୋକ୍ତ ସମସ୍ୟା ବ୍ୟତୀତ ଅନେକ ଚାଷୀ ଯେତିକି ଜମିରେ ଧାନ ଚାଷ କରିଛନ୍ତି ଗତ ବର୍ଷ ଅପେକ୍ଷା କମ୍ କ୍ବିଣ୍ଟାଲର ଟୋକନ୍ ପାଇଥିବାର ଅଭିଯୋଗ ହେଉଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories