www.samajalive.in
Monday, December 15, 2025
17.1 C
Bhubaneswar

କଣ୍ଟାବାଞ୍ଜି ରେଳ ଷ୍ଟେସନ: ଭୁଶୁଡିଲା ପାଚେରୀ, ଜଣେ ଶ୍ରମିକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ପାଚେରୀ ଭୁଶୁଡି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଡାକ୍ତରଖାନାରେ ଗୁରୁତର ଶ୍ରମିକଙ୍କୁ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

କଣ୍ଟାବାଞ୍ଜି ରେଳ ଷ୍ଟେସନ ପରିସରରେ ସଫେଇକାର୍ଯ୍ୟ ଚାଲିଥିବାବେଳେ ଜିଆରପି ଥାନା ପଛପଟ ପୁରୁଣା ପାଚେରୀ ଭୁଶୁଡି ପଡିବାରୁ ୨ ଶ୍ରମିକ ଜଣ ଚାପି ହୋଇଯାଇଥିଲେ। ପାଚେରୀ ଭୁଶୁଡିଯାଇ ୨ ଶ୍ରମିକ ଚାପି ହୋଇଥିବା ଖବର ପାଇ ଷ୍ଟେସନରେ କାର୍ଯ୍ୟରତ ଆରପିଏଫ ହାବିଲଦାର ସତ୍ୟଜିତ ତ୍ରିପାଠୀ ଓ ଜିଆରପି କନେଷ୍ଟବଳ କିଶୋର କୁମାର ଧଳଙ୍କ ସମେତ ପାଖରେ କାମ କରୁଥିବା ଅନ୍ୟ ଶ୍ରମିକ ଘଟଣାସ୍ଥଳକୁ ଦୌଡ଼ିଯାଇ ପାଚେରୀ ତଳେ ଚାପି ହୋଇଥିବା ୨ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

- Advertisement -

ଉଭୟଙ୍କୁ ଉଦ୍ଧାର ପରେ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅପର ପକ୍ଷରେ ଅନ୍ୟଜଣେ ଗୁରୁତର ଶ୍ରମିକଙ୍କୁ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଜିଆରପି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ସହ, ମୃତକ ଶ୍ରମିକଙ୍କ ମୃତଦେହକୁ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଥିବା ନେଇ ଜିଆରପି ପୁଲିସ ଫାଣ୍ଡି ଅଧିକାରୀ ଏଏସଆଇ ରାମ କିଶୋର ସାହୁ ସୂଚନା ଦେଇଛନ୍ତି।

ମୃତକ ଶ୍ରମିକ ନାମ ଉମେଶ ରିସିଦେଓ ଏବଂ ତାଙ୍କ ଘର ବିହାର ରାଜ୍ୟ ଅରରୀୟା ଜିଲା କୁସିହାର ଗାଁ ବୋଲି ଜଣାପଡିଛି। ସେହିପରି ଗୁରୁତର ଶ୍ରମିକ ସେହି ଗାଁର କେଶୁରି ରିସିଦେଓ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories