www.samajalive.in
Sunday, December 14, 2025
17.1 C
Bhubaneswar

ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ରାଇକିଆ : ରାଇକିଆ ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା -ବିଜ୍ଞାନ ଛାତ୍ରୀ ମାନଙ୍କ ନିମନ୍ତେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି l ଉକ୍ତ ଆତ୍ମସୁରକ୍ଷା ତାଲିମ ଶିବିର ଗତ ୬ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୮ ଦିନ ଧରି ଚାଲୁରହିଥିଲା । ମାଷ୍ଟର ସୁନେଲି ପଲେଇ ଏବଂ ଶ୍ରଦ୍ଧାଞ୍ଜଳି ପ୍ରଧାନ କଲେଜର ଆତ୍ମ ସୁରକ୍ଷା ତାଲିମ ଭାରପ୍ରାପ୍ତ ଅଧିକାରିଣୀ ଅଧ୍ୟାପିକା ଲିଜାଲିନ ଭୋଇଙ୍କ ତତ୍ଵାବଧାନରେ ଛାତ୍ରୀ ମାନଙ୍କୁ ଆଠଦିନ ଧରି ଆତ୍ମସୁରକ୍ଷା ଉପରେ ତାଲିମ ପ୍ରଦାନ କରିଥିଲେ l କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଭାକର ରାଜୁ ଉକ୍ତ ଆତ୍ମ ସୁରକ୍ଷା ତାଲିମ ଶିବିର ଦ୍ଵାରା ଛାତ୍ରୀ ମାନଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ ହୋଇ ପାରିବ ବୋଲି ମତବ୍ୟକ୍ତ କରିବା ସହ ଛାତ୍ରୀ ମାନଙ୍କ ଉଜ୍ଵଳ ଭବିଷ୍ୟତ ଉତ୍ତରତ୍ତୋର ଉନ୍ନତି ନିମନ୍ତେ କାମନା କରିଛନ୍ତି  ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories