www.samajalive.in
Monday, December 15, 2025
14.1 C
Bhubaneswar

ଓ୍ବିଣ୍ଡୋଜ୍ ୧୦ ବ୍ୟବହାରକାରୀ ସାବଧାନ ! କାମ ଦେବନି ଏହି ଆପ୍

ନୂଆଦିଲ୍ଲୀ : ଆପଣ ମଧ୍ୟ ମାଇକ୍ରୋସଫ୍ଟ ଅଫିସ ୩୬୫ ବ୍ୟବହାର କରୁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କୁ ବଡ ଝଟକା ଲାଗିପାରେ । କମ୍ପାନୀ ଘୋଷଣା କରିଛି କି ଓ୍ବିଣ୍ଡୋଜ୍ ୧୦ ବ୍ୟବହାରକାରୀଙ୍କୁ ମାଇକ୍ରୋସଫ୍ଟ ଅଫିସ ୩୬୫ ଆପର ସପୋର୍ଟ ବନ୍ଦ କରିଦିଆଯିବ ।

କମ୍ପାନୀର କହିବାନୁସାରେ ଅକ୍ଟୋବର ୧୪ ପରେ ମାଇକ୍ରୋସଫ୍ଟ ଅଫିସ୍ ୩୬୫ ଓ୍ବିଣ୍ଡୋଜ୍ ୧୦ରେ ସପୋର୍ଟ କରିବନି । ଯଦି ଆପଣ ମାଇକ୍ରୋସଫ୍ଟ ଅଫିସ୍ ୩୬୫ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜ ସିଷ୍ଟମକୁ ଓ୍ବିଣ୍ଡୋଜ୍ ୧୧ରେ ଅପଡେଟ୍ କରିବାକୁ ପଡିବ ।

- Advertisement -

ମାଇକ୍ରୋସଫ୍ଟର କହିବାନୁସାରେ ଓ୍ବିଣ୍ଡୋଜ୍ ୧୦ ବ୍ୟବହାରକାରୀ ୧୪ ଅକ୍ଟୋବର ୨୦୨୫ରୁ ମାଇକ୍ରୋସଫ୍ଟ ୩୬୫ ଆପ୍ସର ବ୍ୟବହାର କରିପାରିବେନି । ଏହା ବ୍ୟତୀତ ଓ୍ବିଣ୍ଡୋଜ୍ ୭, ୮ ଓ ୮.୧ ବ୍ୟବହାରକାରୀ ମଧ୍ୟ ଏହାକୁ ବ୍ୟବହାର କରିବାରେ ସମର୍ଥ ହେବେନି । ଯଦି ମାଇକ୍ରୋସଫ୍ଟ ଅଫିସ ୩୬୫ ବ୍ୟବହାର କରିବାକୁ ଚାହିଁବେ ତେବେ ୟୁଜରଙ୍କୁ ସିଷ୍ଟମ ଅପଡେଟ୍ କରିବାକୁ ହେବ ।

ତେବେ କମ୍ପାନୀ କହିବାନୁସାରେ ୟୁଜର୍ସ ଏହାକୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଯେଉଁମାନେ ବି ପାୟରେଟେଡ୍ ଓ୍ବିଣ୍ଡୋଜ୍ ବ୍ୟବାର କରୁଛନ୍ତି ସେମାନେ ଓ୍ବିଣ୍ଡୋଜ୍ ୧୧କୁ ଅପଡେଟ୍ କରିପାରିବେନି । ଯେଉଁମାନେ ଓରିଜିନାଲ୍ ଓ୍ବିଣ୍ଡୋଜ୍ ୧୦ ବ୍ୟବହାର କରୁଛନ୍ତି ସେମାନେ ସହଜରେ ଓ୍ବିଣ୍ଡୋଜ୍ ୧୧କୁ ମାଗଣାରେ ଅପଡେଟ୍ କରିପାରିବେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories