www.samajalive.in
Friday, December 12, 2025
14.1 C
Bhubaneswar

‘ସିମ୍ବା’ର ଲାଭାଂଶରୁ ମୁମ୍ବଇ ପୁଲିସକୁ ଦାନ କଲେ ରୋହିତ

ମୁମ୍ବଇ: ନିର୍ମାତା-ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ନିଜର ସୁପରହିଟ୍‍ ଚଳଚ୍ଚିତ୍ର ‘ସିମ୍ବା’ର ବିପୁଳ ପରିମାଣର ଆୟରୁ କିଛି ଅଂଶ ମୁମ୍ବଇ ପୁଲିସକୁ ଦାନ କରିଛନ୍ତି। ନିକଟରେ ମୁମ୍ବଇ ପୁଲିସର କାର୍ଯ୍ୟକ୍ରମ ‘ଉମଙ୍ଗ-୨୦୧୯’ ରେ ରୋହିତ ‘ସିମ୍ବା’ର ସମ୍ପୂର୍ଣ୍ଣ ଟିମ୍‍ ସହ ପହଞ୍ଚଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସେ ୫୧ଲକ୍ଷ ଟଙ୍କା ମୁମ୍ବଇ ପୁଲିସକୁ ଦେଇଛନ୍ତି। ରୋହିତ ଚେକ୍‍ ପ୍ରଦାନ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଫଟୋରେ ରୋହିତଙ୍କ ବ୍ୟତୀତ ଅଜୟ ଦେବଗନ, ଅକ୍ଷୟ କୁମାର ଓ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

image courtesy-News18.com

ଉଲ୍ଲେଖଯୋଗ୍ୟ, ‘ସିମ୍ବା’ର ଆୟ ବର୍ତ୍ତମାନ ସୁଦ୍ଧା ୨୫୦କୋଟି ନିକଟବର୍ତ୍ତୀ ହୋଇଛି। ଏହା ରୋହିତଙ୍କର ଅଷ୍ଟମ ସୁପରହିଟ୍‍ ଚଳଚ୍ଚିତ୍ର। ଚଳଚ୍ଚିତ୍ରରେ ରଣବୀର ସିଂହ ଓ ସାରା ଅଲୀ ଖାନ ନାୟକ-ନାୟିକା ଭାବେ ଅଭିନୟ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories