www.samajalive.in
Friday, December 12, 2025
14.1 C
Bhubaneswar

ପତ୍ନୀଙ୍କୁ ସନ୍ଦେହ; କାର୍ଯ୍ୟାଳୟ ପରିସରରେ ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: କାର୍ଯ୍ୟାଳୟରେ ପ୍ରବେଶ କରି ବିଣା ନିଜ କମ୍ପ୍ୟୁଟରକୁ ଖୋଲିଥିଲେ, ଏହି ସମୟରେ ଆସି ପହଞ୍ôଚ ଯାଇଥିଲେ ସ୍ୱାମୀ କୁମାର। ଉଭୟ ପତି-ପତ୍ନୀ କାର୍ଯ୍ୟାଳୟର ପ୍ରକୋଷ୍ଠକୁ ଚାଲିଚାଲି ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଆରମ୍ଭ ହୋଇଥିଲା ବଚସା। ହଠାତ୍‍ ସ୍ୱାମୀ ଏକ ଛୁରୀରେ ତାଙ୍କ ପତ୍ନୀଙ୍କ ଉପରେ ୧୫ଥର ପ୍ରହାର କରିଥିଲେ। ଆଖପାଖର ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚବା ପୂର୍ବରୁ ସେଠାରୁ ଫେରାର ହୋଇଯାଇଥିଲେ କୁମାର।
ଭୟାନ୍ଦର ପୁଲିସ ମଙ୍ଗଳବାର ସକାଳେ ଜଣେ ୪୨ବର୍ଷିୟ ବ୍ୟକ୍ତିଙ୍କୁ ନିଜ ପତ୍ନୀଙ୍କୁ ହତ୍ୟା କରିବା ସ୍ୱୀକାରୋକ୍ତି ପରେ ଗିରଫ କରିଛି। କୁମାର ଭୋୟର ନାମକ ଏହି ବ୍ୟକ୍ତି ଥାନାରେ ପହଞ୍ôଚ ଆତ୍ମସମର୍ପଣ କରିବା ପରେ ପୁଲିସ ପକ୍ଷରୁ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଇଛି।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୩୫ବର୍ଷିୟା ବୀଣାଙ୍କୁ ପରକୀୟା ପ୍ରୀତି ନେଇ କୁମାର ସନ୍ଦେହ କରୁଥିଲେ। ଏହି ବିବାଦରେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ପ୍ରାୟତଃ କଳି ଝଗଡ଼ା ହେଉଥିଲା। ପାରିବାରିକ କଳହରୁ ଅତିଷ୍ଠ ବୀଣା ଜାନୁୟାରୀ୨ରେ କାହାକୁ କିଛି ନଜଣାଇ ହଠାତ୍‍ ପଳାଇ ଯାଇଥିଲେ। ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ କୁମାର ଏକ ନିଖୋଜ ମାମଲା ସ୍ଥାନୀୟ ଥାନାରେ ରୁଜୁ କରିଥିଲେ।
ମଙ୍ଗଳବାର ସକାଳେ ବୀଣା ଅଫିସ ଆସି ପହଞ୍ôଚବାର ମାତ୍ର କିଛି ସମୟ ମଧ୍ୟରେ କୁମାର ମଧ୍ୟ କାର୍ଯ୍ୟାଳୟରେ ପହଞ୍ôଚ ଥିଲେ। କୁମାରଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଛୁରୀ ମଧ୍ୟ ପୁଲିସ ଜବତ କରିଛି। ଅପରପକ୍ଷରେ ଛୁରୀ ଆକ୍ରମଣରେ ଗୁରୁତର ବୀଣାକୁ ଅଫିସ କର୍ମଚାରୀଙ୍କ ସହଯୋଗରେ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ତେବେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କୁମାରଙ୍କ ବିରୋଧରେ ପୁଲିସ ଦଫା ୩୦୨ରେ ମାମଲା ରୁଜୁ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories