ନୂଆଦିଲ୍ଲୀ: ବିଶ୍ୱ ସ୍ୱଚ୍ଛତା ତାଲିକାରେ ଭାରତର ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଛି। ଗତ ବର୍ଷ ତୁଳନାରେ ଭାରତ ତିନି ପଏଣ୍ଟ ଅଧିକ ପାଇ ତାଲିକାରେ ୭୮ ତମ ସ୍ଥାନରେ ରହିଛି। ଅପରପକ୍ଷରେ ତାଲିକାର ୭୮ତମ ସ୍ଥାନରେ ପଡ଼ୋଶୀ ଚୀନ୍ ରହିଛି। ଏଥିରୁ ଭାରତ ତୁଳନାରେ ଚୀନ୍ରେ ଅଧିକ ଦୁର୍ନୀତି ହେଉଥିବା ଜଣାପଡ଼ିଛି।
ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ୍ ପକ୍ଷରୁ ପ୍ରକାଶିତ ଏହି ତାଲିକା ଅନୁଯାୟୀ, ତାଲିକାରେ ଡେନ୍ମାର୍କ ପ୍ରଥମ ସ୍ଥାନରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଓ ସିଙ୍ଗାପୁର ତୃତୀୟ ସ୍ଥାନରେ ରହିଛନ୍ତି। ଭିଏତନାମ ତାଲିକାର ସର୍ବଶେଷରେ ରହିଛି। ଅର୍ଥାତ୍ ଭିଏତନାମରେ ବିଶ୍ୱର ସର୍ବାଧିକ ଦୁର୍ନୀତି ହେଉଛି। ଆମେରିକାରେ ଇତିମଧ୍ୟରେ ଦୁର୍ନୀତି ବଢ଼ୁଥିôବା ତାଲିକାରୁ ଜଣାପଡ଼ିଛି। ତାଲିକାରେ ଗତ ବର୍ଷ ଆମେରିକାର ସ୍ଥାନ ୧୬ରେ ଥିବା ବେଳେ ଚଳିତ ବର୍ଷ ୨୨କୁ ଖସି ଆସିଛି।
ଗବେଷକଙ୍କୁ ଚୀନର ସ୍ଥିତି ଅଧିକ ଚିନ୍ତା କରିବାର ଅବକାଶ ଆଣିଛି। ସି ଜିନପିଙ୍ଗ ଚୀନ ରାଷ୍ଟ୍ରପତି ଭାବେ କ୍ଷମତା ହାସଲ କରିବା ପରେ ଦୁର୍ନୀତି ନିର୍ବାରଣ ପାଇଁ ଅନେକ କଠୋର ପଦକ୍ଷେପ ନେଇଛନ୍ତି। କିନ୍ତୁ ତାହା ପ୍ରଭାବଶାଳୀ ହୋଇପାରିନଥିବା ତାଲିକାରୁ ସ୍ପଷ୍ଟ ହୋଇଛି। ଗଣତନ୍ତ୍ରର ଅନୁପସ୍ଥିତିକୁ ଏଥିପାଇଁ ଦାୟୀ କରିଛନ୍ତି ସିଙ୍ଗାପୁର ମ୍ୟାନେଜମେଣ୍ଟ ୟୁନିଭର୍ସିଟି ସ୍କୁଲ ଅଫ୍ ଲ’ର ଆସୋସିଏଟ୍ ପ୍ରଫେସର ଇ ଟାନ୍। ଚୀନ୍ର ବହୁ ଚର୍ଚ୍ଚିତ ‘ୱାନ ବେଲ୍ଟ ୱାନ ରୋଡ୍’ ମିଶନ୍ର ପ୍ରତିକୂଳ ପ୍ରଭାବ ଅନୁଭୂତ ହୋଇଥିବା ସେ କହିଛନ୍ତି।
ସ୍ୱଚ୍ଛତା ତାଲିକାରେ ଭାରତର ସାମାନ୍ୟ ସୁଧାର
Popular Categories



