www.samajalive.in
Tuesday, December 9, 2025
23.1 C
Bhubaneswar

ବିଦେଶ ଯିବାକୁ କାର୍ତ୍ତିଙ୍କୁ ଅନୁମତି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‍ଙ୍କୁ ପୁଅ କାର୍ତ୍ତି ଚିଦମ୍ବରମ୍‍ଙ୍କୁ ବିଦେଶ ଯିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ବିଦେଶ ଯିବା ପୂର୍ବରୁ ୧୦ କୋଟି ଟଙ୍କା ଜମା କରିବା ଏବଂ ମାର୍ଚ୍ଚ ୫,୬,୭,୧୨ ତାରିଖରେ ଇଡି ନିକଟରେ ହାଜର ହେବା ପାଇଁ କାର୍ତ୍ତିଙ୍କୁ ସୁପ୍ରିମକୋର୍ଟ କହିଛନ୍ତି।
ଏୟାରସେଲ୍‍-ମାକ୍ସିସ ଓ ଆଇଏନ୍‍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ କାର୍ତ୍ତିଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଇଡି ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ତେଣୁ କାର୍ତ୍ତିଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ମାସରୁ ଆରମ୍ଭ ହେଉଥିବା ଆନ୍ତର୍ଜାତିକ ଟେନିସ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ କାର୍ତ୍ତି ଫ୍ରାନ୍ସ, ସ୍ପେନ୍‍, ଜର୍ମାନୀ ଓ ୟୁକେ ଯିବା ପାଇଁ ଚାହୁଁଛନ୍ତି। ତେଣୁ କଟକଣା ଉଠାଇବା ପାଇଁ କାର୍ତ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି କହିଛନ୍ତି ଯେ ଯେଉଁ ଆଡ଼େ ଯିବାକୁ ଚାହୁଁଛ ଯାଇପାର। ଯାହା ଇଛା ତାହା କରିପାର। କିନ୍ତୁ ଆଇନ ସହିତ ଖେଳ ନାହିଁ। ଅତୀତରେ ଆପଣମାନେ ଅନେକ ଥର ଆଇନ୍‍ର ଗଳାବାଟର ସୁଯୋଗ ନେଇଥିବା ଦେଖାଯାଇଛି। ତେଣୁ ଏଥର ଆଇନ ସହିତ ଖେଳିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି କାର୍ତ୍ତିଙ୍କୁ କୋର୍ଟ ଚେତାବନୀ ଦେଇଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories