www.samajalive.in
Saturday, December 6, 2025
23.1 C
Bhubaneswar

ମକର ସଂକ୍ରାନ୍ତି : ସୂର୍ଯ୍ୟ କଲେ ରାଶି ପରିବର୍ତ୍ତନ, ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ..

ସୂର୍ଯ୍ୟଦେବ ଗୋଟିଏ ରାଶିରେ ଏକ ମାସ ରହି ଥାନ୍ତି । ୧୪ ଜାନୁଆରୀରେ ପାଳନ କରାଯାଉଛି ମକର ସଂକ୍ରାନ୍ତି । ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିବା ପରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ । ସୂର୍ଯ୍ୟଙ୍କ ଏହି ଚଳନ ଫଳରେ ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡିବ..
ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ଜୀବନରେ ଥିବା ସମସ୍ୟା ଦୂର ହେବ । ସୂର୍ଯ୍ୟଙ୍କ ଉପାସନା କରନ୍ତୁ ।

ବୃଷ – ସ୍ୱାସ୍ଥ୍ୟ ଉତ୍ତମ ରହିବ । ଧନର ଆଗମନ ହେବ । ଚାକିରିରେ ପରିବର୍ତ୍ତନ ହେବାର ଯୋଗ ରହିଛି । ବନ୍ଧୁଙ୍କ ସହଯୋଗ ମିଳିବ । ରାଜନୀତିରେ ସଫଳତା ମିଳିବ । ଅସହାୟଙ୍କୁ କମ୍ବଳ ବଣ୍ଟନ କରନ୍ତୁ । ନୂଆ ଚାକିରିର ଯୋଗ ରହିଛି ।

- Advertisement -

ମିଥୁନ – ବ୍ୟବସାୟରେ ଉନ୍ନତି ହେବ । ଯାନ କିଣିବାର ଯୋଗ ରହିଛି । ସୂର୍ଯ୍ୟଙ୍କ ସରଳ ମନ୍ତ୍ର ଜପ କରନ୍ତୁ । ଧନର ଆଗମନ ହେବ ।

ମକର ସଂକ୍ରାନ୍ତିରେ ଏହି ଦେବତାଙ୍କ ନିକଟରେ ଅର୍ପଣ କରନ୍ତୁ ଖେଚେଡି ଭୋଗ; ଚମକିବ ଭାଗ୍ୟ..

କର୍କଟ- ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆସିପାରେ । ଅସହାୟଙ୍କୁ କମ୍ବଳ ଦାନ କରନ୍ତୁ। ବ୍ୟବସାୟରେ ସାମାନ୍ୟ ସମସ୍ୟା ଆସିପାରେ ।

ସିଂହ – ସ୍ୱାସ୍ଥ୍ୟ ଉତ୍ତମ ରହିବ । ଧନ ନିବେଶ କରି ଲାଭବାନ୍‌ ହେବେ । ଯାତ୍ରାରେ ଲାଭ ମିଳିବ। ସୂର୍ଯ୍ୟଙ୍କ ସରଳ ମନ୍ତ୍ର ଜପ କରନ୍ତୁ ।

କନ୍ୟା – ଧନର ନିବେଶ କରି ଲାଭବାନ୍‌ ହେବେ । ବ୍ୟବସାୟ ପାଇଁ ନୂଆ ଯୋଜନା ଆରମ୍ଭ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ଚାକିରିରେ ଉନ୍ନତି ହେବ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ ।

ତୁଳା – ଅଟକି ଥିବା କାମରେ ସଫଳତା ମିଳିବ । ସୂର୍ଯ୍ୟଙ୍କ ଉପାସନା କରନ୍ତୁ । ଚକ୍ଷୁ ଜନିତ ସମସ୍ୟା ହୋଇପାରେ । କମ୍ବଳ ଦାନ କରନ୍ତୁ ।

ବିଛା – ସ୍ୱାସ୍ଥ୍ୟ ଉତ୍ତମ ରହିବ । ଘରେ ସୁଖସମୃଦ୍ଧି ବୃଦ୍ଧି ହେବ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ । ଯାନ କିଣିବାର ଯୋଗ ରହିଛି।

ଧନୁ- ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ହେବ । ଅସହାୟଙ୍କୁ ଭୋଜନ ଦାନ କରନ୍ତୁ । ଚାକିରିରେ ଉନ୍ନତି ହେବ । କମ୍ବଳ ଦାନ କରନ୍ତୁ ।

ମକର- ଜୀବନରେ ସୁଖସମୃଦ୍ଧି ପ୍ରବେଶ କରିବ । ବନ୍ଧୁଙ୍କ ସହଯୋଗ ମିଳିବ । ଯାନ କିଣିବାର ଯୋଗ ରହିଛି । ଗାଈଙ୍କୁ ଭୋଜନ ଦିଅନ୍ତୁ । ସୂର୍ଯ୍ୟଙ୍କ ଉପାସନା କରନ୍ତୁ ।

କୁମ୍ଭ- ଚାକିରିରେ ଉନ୍ନତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଭଗବାନ ଶିବଙ୍କ ଉପାସନା କରନ୍ତୁ। ଖେଚେଡି ଦାନ କରନ୍ତୁ ।

ମୀନ- ସ୍ୱାସ୍ଥ୍ୟ ଉତ୍ତମ ରହିବ । ଧାମିକ ଯାତ୍ରାର ଯୋଗ ରହିଛି । ନୂଆ କାର୍ଯ୍ୟ ଆରମ୍ଭ କରିବେ। ଖେଚେଡି ଦାନ କରନ୍ତୁ।

 

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories