www.samajalive.in
Tuesday, December 9, 2025
26.1 C
Bhubaneswar

ସୁସ୍ଥ ମସ୍ତିଷ୍କ ପାଇଁ ଖାଆନ୍ତୁ ଏହି ଖାଦ୍ୟ

ମସ୍ତିଷ୍କ ଶରୀରର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ଏହା ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଯେଉଁ ପ୍ରକାରେ ସନ୍ଦେଶ ଦିଏ , ସେମାନେ ସେହିପ୍ରକାରେ କାର୍ଯ୍ୟ କରିଥାଆନ୍ତି। ବହୁ ସମୟରେ ସଠିକ ପୋଷକ ତତ୍ତ୍ୱ ନ ମିଳିବାରୁ ଆମ ସ୍ମରଣ ଶକ୍ତି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଫଳରେ ଆମ ନିତିଦିନିଆ ଜୀବନରେ ମଧ୍ୟ ସମସ୍ୟା ଦେଖାଯାଏ। ଜାଣନ୍ତୁ କେଉଁ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ଏହା ଆମ ମସ୍ତିଷ୍କ ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ।
ଅଖରୋଟ –
ଅଖରୋଟରେ ବହୁ ପୋଷକ ତତ୍ତ୍ୱ ରହିଥାଏ। ଯାହା ଆମ ମସ୍ତିଷ୍କ ପାଇଁ ଖୁବ ଲାଭଦାୟକ ଅଟେ। ଏଥିରେ ଭିଟାମିନ ଇ, କୋପର, ମାଙ୍ଗାନିଜ, ଫାଇବର ଆଦି ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ।
ଲିଚୁ କୋଳି –
ଲିଚୁ କୋଳି, ଜାମୁ କୋଳି ଆଦିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଏହାକୁ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ଏହା ସହ ମସ୍ତିଷ୍କକୁ ମଧ୍ୟ ଉପଯୁକ୍ତ ପ୍ରୋଟିନ ମିଳିବା ସହ ଶକ୍ତି ମଧ୍ୟ ମିଳିଥାଏ।
ସବୁଜ ପନିପରିବା ଓ ଶାଗ –
ପାଳଙ୍ଗ, ବ୍ରୋକୋଲି, ବନ୍ଧା କୋବି, ଧନିଆ ପତ୍ର, ପୁଦିନା ପତ୍ର ଆଦି ନିୟମିତ ଖାଇବା ଦ୍ୱାରା ମସ୍ତିଷ୍କ ପାଇଁ ଖୁବ ଲାଭଦାୟକ ଅଟେ।
ଆମିଷ –
ସପ୍ତାହକୁ ୨ ରୁ ୩ ଥର ଆମିଷ ମଧ୍ୟ ଖାଇବା ଉଚିତ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories