www.samajalive.in
Saturday, December 6, 2025
15.1 C
Bhubaneswar

କେବଳ ଧାର୍ମିକ ଉତ୍ସବ ନୁହେଁ, ଭାଇଚାରା , ସଦଭାବ ଏବଂ ଏକତାର ପ୍ରତୀକ ମକର ସଂକ୍ରାନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜି ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ଗାଁଠୁ ସହର ସବୁଠି ଉତ୍ସବମୂଖର ପରିବେଶ। ମକର ସଂକ୍ରାନ୍ତିରେ ବେଶ ଚଳଚଞ୍ଚଳ ହୋଇଉଠେ ଖୋର୍ଦ୍ଧା ବେଗୁନିଆ ବ୍ଲକର ଅଟ୍ରି । ପ୍ରବାଦ ରହିଛି ଏହି ମକର ସଂକ୍ରାନ୍ତି ଦିନ ନିଃସନ୍ତାନ ଦମ୍ପତି ବାବା ହଟକେଶ୍ଵର ମହାଦେବଙ୍କ ଠାରେ ମାନସିକ ରଖି  ଗୁଆ ସେବନ କରିଥାନ୍ତି । ମକର ଚାଉଳ ଭୋଗ ମଧ୍ୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିବା ସହିତ ମକର ସକ୍ରାନ୍ତି ଦିନ ବାବା ହାଟକେଶ୍ୱର ମହାଦେବଙ୍କୁ ଦର୍ଶନ ସହିତ ସାନିଧ୍ୟ ପ୍ରାପ୍ତ ହୋଇଥାନ୍ତି। ଏଠାକାର ଆଉ ଏକ ଆକର୍ଷଣ ହେଇଛି ଉଷ୍ମ ପ୍ରସବଣ। ତେବେ ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଜଗନ୍ନାଥ ସଂସ୍କୃତିରେ ମକର ସଂକ୍ରାନ୍ତର ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ । ଭାଇଚାରା , ସଦଭାବ ଏବଂ ଏକତାର ପ୍ରତୀକ। ମକର ସଂକ୍ରାନ୍ତି ଓଡିଶା ତଥା ଆପଣ ମାନଙ୍କ ପାଇଁ ଶୁଭପ୍ରଦ ହେଉ। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଆପଣଙ୍କ ଜୀବନ ମଙ୍ଗଳମୟ ହେଉ।

କେବଳ ଓଡିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅତି ଆଡମ୍ବର ସହକାରେ ପାଳନ କରାଯାଏ। କର୍ଣ୍ଣାଟକରେ ସଂକ୍ରାନ୍ତି , ତାମିଲନାଡୁରେ ପୋଙ୍ଗଲ , ହରିୟାଣାରେ ମାଘି, ଗୁଜୁରାଟ ଏବଂ ରାଜସ୍ଥାନରେ ଉତ୍ତରାୟଣ , ଉତ୍ତର ପ୍ରଦେଶ ଏବଂ ବିହାରରେ ଖିଚିଡି ନାମରେ ଏହା ଜଣାଶୁଣା। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories