www.samajalive.in
Sunday, December 14, 2025
19.1 C
Bhubaneswar

ଭୁବନେଶ୍ବର ରେଳ ଷ୍ଟେସନରେ ଆତଙ୍କରାଜ ଚଳାଇଛନ୍ତି ଲୁଟେରା :ଟିକଟ କାଉଣ୍ଟରରୁ ଲୁଟୁଛନ୍ତି ପର୍ସ, ନୀରବଦ୍ରଷ୍ଟା ସାଜିଛି ଜିଆରପି

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନରେ ପୁଣି ଚୋରି ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ଅନେକ ଥର ଷ୍ଟେସନରେ ଚୋରି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । ସୋମବାର ସନ୍ଧ୍ୟାରେ ପ୍ଲାଟଫର୍ମରେ ଜଣେ ଯାତ୍ରୀଙ୍କ ପର୍ସ ଲୁଟିନେଇଛନ୍ତି ଲୁଟେରା । ଯାତ୍ରୀଙ୍କ ନାଁ ହୃଷିକେଶ ମିଶ୍ର । ତାଙ୍କ ଘର ଭଦ୍ରକର ମଞ୍ଜୁରି ରୋଡ୍ ସ୍ଥିତ ଖପୁରିଆପଦାରେ ବୋଲି ଜଣାପଡିଛି । ସନ୍ଧ୍ୟାରେ ସେ ଭୁବନେଶ୍ବରରୁ ଭଦ୍ରକ ଯିବା ପାଇଁ ଟିକଟ କାଉଣ୍ଟରରେ ଟିକଟ କାଟୁଥିବା ସମୟରେ ଲୁଟେରା ତାଙ୍କ ପର୍ସ ଚୋରି କରିନେଇଥିଲେ । ପର୍ସରେ ନଗଦ ୨ ହଜାର ଟଙ୍କା ଏଟିଏମ୍ କାର୍ଡ ଓ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିଲା । ତେବେ ଏନେଇ ହୃଷିକେଶ ଜିଆରପିଏସ୍ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ଲାର୍ଟଫର୍ମରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ସମୟରେ ସେଥିରୁ ଅନେକ କ୍ୟାମେରା କାମ କରୁନଥିବା ଜଣାପଡିଛି । ଏହାର ସୁଯୋଗ ନେଇ ଲୁଟେରା ଷ୍ଟେସନରେ ଆତଙ୍କରାଜ ଚଳାଇଛନ୍ତି । ଖୁବ୍ ଶୀଘ୍ର କ୍ୟାମେରା ମରାମତି କରାଯିବ ବୋଲି ବିଭାଗ ସୂଚନା ଦେଇଛି ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories