୧ ଲକ୍ଷ ଟଙ୍କାରେ ଲଞ୍ଚ୍ ହେବ ଏହି ଇଲେକ୍ଟ୍ରିକ କାର ! ନିଆରା ଡିଜାଇନ୍ ସହ ଆକର୍ଷଣୀୟ ଫିଚର
ସମାଜ ଡିଜିଟାଲ ଡେସ୍କ: ଆଗାମୀ ବର୍ଷମାନଙ୍କରେ ଭାରତରେ ଶସ୍ତା ଇଲେକ୍ଟ୍ରିକ୍ କାରଗୁଡ଼ିକର ଭିଡ଼ ଦେଖିବାକୁ ମିଳିପାରେ ଏବଂ ଦେଶ ବିଦେଶର କମ୍ପାନୀମାନେ ଏହି ପ୍ରୟାସରେ ନିୟୋଜିତ ଅଛନ୍ତି। ନିକଟରେ ଭାରତରେ ଲିଗିୟର ମିନି ଇଭିର ପରୀକ୍ଷଣ ନେଇ ଖବର ଆସିଛି, ଯାହା ଶସ୍ତାରେ କାର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଯଦି ଏହି ମିନି କାର ଭାରତକୁ ଆସେ ତେବେ ଏହା ୧ ଲକ୍ଷ ଟଙ୍କା ମୂଲ୍ୟରେ ଲଞ୍ଚ୍ ହୋଇପାରେ। ୟୁରୋପୀୟ ମଡେଲ ଉପରେ ଆଧାରିତ ଏହି ୨ ସିଟର୍ ମିନି ଇଭିରେ ଭିନ୍ନ ଭିନ୍ନ ବ୍ୟାଟେରୀ ପ୍ୟାକ୍ ବିକଳ୍ପ ରହିପାରେ, ଯାହାକୁ ଥରେ ଚାର୍ଜ କଲେ ୬୩ କିମିରୁ ୧୯୨ କିମି ପର୍ଯ୍ୟନ୍ତ ଯାତ୍ରା କରିପାରେ।
ଆକର୍ଷଣୀୟ ଲୁକ୍ ଓ ନିଆରା ଡିଜାଇନ୍:
Ligier Mini EVର ଲୁକ୍ ଏବଂ ଡିଜାଇନ୍ ବିଷୟରେ କହିବାକୁ ଗଲେ, ଏହି ଛୋଟ ଇଲେକ୍ଟ୍ରିକ୍ ମୋପେଡ୍ର ଡିଜାଇନ୍ ବେଶ୍ ନିଆରା। ଏହି ଇଭିର ଲମ୍ବ ୨୯୫୮ ମିଲିମିଟର, ଚଉଡ଼ା ୧୪୯୯ ମିମି ଏବଂ ଉଚ୍ଚତା ୧୫୪୧ ମିମି। ୟୁରୋପୀୟ ମଡେଲ ଉପରେ ଆଧାରିତ ଏହି ଇଭିରେ ଦୁଇଟି ଡୋର୍ ରହିଛି। ଏହାବ୍ୟତୀତ ଏହାର ଚକଗୁଡିକ ମଧ୍ୟ ଷ୍ଟାଇଲିସ୍ ଏବଂ ଆକର୍ଷଣୀୟ। ଚକର ଆକାର ୧୩ରୁ ୧୬ ଇଞ୍ଚ ମଧ୍ୟରେ ହୋଇପାରେ। ଏହାର ଆଗରେ ଏକ ପତଳା ଗ୍ରୀଲ୍ ସହ ଗୋଲାକାର ହେଡଲ୍ୟାମ୍ପ ଏବଂ ପଛରେ ଏକ ବଡ଼ ଗ୍ଲାସ୍ ଟେଲ୍ଗେଟ୍ ଏବଂ ଗୋଲାକାର ଏଲଇଡି ଟେଲ୍ଲ୍ୟାମ୍ପ ଅଛି। ଏଥିରେ ଏଲଇଡି ଡିଆରଏଲ ମଧ୍ୟ ଅଛି, ଯାହା ଏହାକୁ ଏକ ସ୍ପୋର୍ଟି ଲୁକ୍ ଦେଇଥାଏ। ସେହିପରି ସାଇଡ୍ରେ ହ୍ବିଲ୍ ଆର୍ଚ ଏବଂ ସାଇଡ୍ ବଡି କ୍ଲେଡିଙ୍ଗ୍ ଏହାକୁ ଏକ ଜବରଦସ୍ତ ଲୁକ୍ ଦେଇଥାଏ।
ଉତ୍ତମ ଆଧୁନିକ ଫିଚର:
ଫିଚରଗୁଡ଼ିକ ବିଷୟରେ କହିବାକୁ ଗଲେ, ଲିଗିୟର ମିନି ଇଭିର ଭିତର ମଧ୍ୟ ବେଶ୍ ବିଳାସପୂର୍ଣ୍ଣ। ଏଥିରେ ୧୦ ଇଞ୍ଚର ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ଆପଲ୍ କାର୍ ପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋ ସପୋର୍ଟ, ପାୱାର ଷ୍ଟିଅରିଂ, ଅଟୋମେଟିକ୍ କ୍ଲାଇମେଟ୍ କଂଟ୍ରୋଲ, ହିଟେଡ୍ ଡ୍ରାଇଭର ସିଟ୍ ଏବଂ କର୍ଣ୍ଣର ଏସି ଭେଣ୍ଟ ସମେତ ଅନେକ ଆଧୁନିକ ଫିଚର ରହିଛି।
ଭାରିଏଣ୍ଟ ଏବଂ ବ୍ୟାଟେରୀ ପ୍ୟାକ୍ ବିକଳ୍ପ:
ଲିଗିୟର ମିନି ଇଭିକୁ ଭାରତୀୟ ବଜାରରେ G.OOD, I.DEAL, E.PIC ଏବଂ R.EBEL ଭଳି ୪ ପ୍ରକାର ଭାରିଏଣ୍ଟରେ ଲଞ୍ଚ୍ କରାଯାଇପାରେ ଏବଂ ଏଥିରେ ୪.୧୪ କେଡବ୍ଲ୍ୟୁଏଚ, ୮.୨ କେଡବ୍ଲ୍ୟୁଏଚ ଏବଂ ୧୨.୪୨ କେଡବ୍ଲ୍ୟୁଏଚ ଭଳି ୩ଟି ବ୍ୟାଟେରୀ ପ୍ୟାକ୍ ଅପ୍ସନ ମିଳିପାରେ। ଏହାର ବ୍ୟାଟେରୀ କ୍ଷମତା ବିଷୟରେ କହିବାକୁ ଗଲେ, ଥରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଗଲେ ଏହା ୬୩ କିଲୋମିଟର, ୧୨୩ କିଲୋମିଟର ଏବଂ ୧୯୨ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାରେ ସକ୍ଷମ ହେବ। ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଭାରତରେ ଏହାର ଲଞ୍ଚିଙ୍ଗ୍ ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ମିଳିନାହିଁ। ଆଗାମୀ ସମୟରେ କୌଣସି ବିଧିବଦ୍ଧ ସୂଚନା ଆସିବା ପରେ ହିଁ ଏହା ଜଣାପଡ଼ିବ।
Comments are closed.