www.samajalive.in
Monday, December 15, 2025
16.1 C
Bhubaneswar

ହସିନାଙ୍କ ଝିଆରୀକୁ ମନ୍ତ୍ରିମଣ୍ଡଳରୁ ବାହାର କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରୁ ପଳାୟନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଝିଆରୀ ତୁଲିପ ସିଦ୍ଦିକଙ୍କୁ ବ୍ରିଟେନ ମନ୍ତ୍ରିମଣ୍ଡଳରୁ ବିଦା କରିବାକୁ ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ତୁଲିପଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଷ୍ଟାର୍ମରଙ୍କ ଉପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ଲାଗି ଚାପ ପଡୁଛି। ତୁଲିପ ବର୍ତ୍ତମାନ ଟ୍ରେଜେରିର ଅର୍ଥନୈତିକ ସଚିବ ରହିଛନ୍ତି। ଏହା ସହିତ ବ୍ରିଟେନ ଆର୍ଥିକ ବଜାରରେ ଦୁର୍ନୀତି ନିବାରଣ କ୍ଷେତ୍ରରେ ତାଙ୍କର ଗୁରତ୍ଵପୂର୍ଣ୍ଣ ଦାୟିତ୍ଵ ରହିଛି।

ୟୁନୁସ ଅଭିଯୋଗ କରିଛନ୍ତି ଯେ, ତୁଲିପ ଯେଉଁ କୋଠାରେ ରହୁଛନ୍ତି ତାହା ତାଙ୍କୁ ପୂର୍ବ ସରକାରୀ ଦଳ ହସିନାଙ୍କ ଆୱାମି ଲିଗ୍‌ ପକ୍ଷରୁ ଦିଆଯାଇଛି। ସେହି ସମ୍ପତ୍ତି ବାଂଲାଦେଶକୁ ଫେରସ୍ତ କରାଯିବା ଉଚିତ। ତେବେ ଏ ସମ୍ପର୍କରେ ତୁଲିପ କହିଛନ୍ତି ଯେ, ସେ କୌଣସି ଭୁଲ କାର୍ଯ୍ୟ କରିନାହାନ୍ତି। ଲଣ୍ଡନରେ ରହୁଥିବା ବାସଭବନ ତାଙ୍କୁ ଆୱାମି ଲିଗ୍‌ ତରଫରୁ ଦାନ ଆକାରରେ ମିଳିଛି।

- Advertisement -

ଅନ୍ୟପଟେ ୟୁନୁସଙ୍କ ଅଭିଯୋଗ ପରେ ବ୍ରିଟେନର ବିରୋଧୀ ଦଳ ନେତା କେମି ବାଡେନକ ତୁଲିପଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। କେମି କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜର ବନ୍ଧୁଙ୍କୁ ଦୁର୍ନୀତି ନିବାରଣ ମନ୍ତ୍ରୀ କରିଛନ୍ତି, କିନ୍ତୁ ସେ ନିଜେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଛନ୍ତି। ତେଣୁ ତାଙ୍କୁ ବାହାର କରାଯାଉଛି। ମାତ୍ର ପ୍ରଧାନମନ୍ତ୍ରୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ତୁଲିପଙ୍କ ଉପରେ ତାଙ୍କର ବିଶ୍ଵାସ ରହିଛି ବୋଲି କହିଛନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories