www.samajalive.in
Friday, December 5, 2025
20.1 C
Bhubaneswar

ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ମିଳିବ ସଫଳତା

ମେଷ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶତ୍ରୁନାଶ, ଧନ ଭୋଗ ସହିତ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି।
ବୃଷ: ଭାଗ୍ୟଶାଳୀ ହେବେ। ଜନସାଧାରଣଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ତା’ର ସଦ୍ ବ୍ୟବହାର କରି ସୁନାମ ଅର୍ଜନ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କାର୍ଯ୍ୟ କ୍ଷେତ୍ରରୁ ଉଜ୍ଜ୍ବଳମୟ କରିପାରନ୍ତି।
ମିଥୁନ: ଆର୍ଥିକ ସ୍ଥିତିରେ ଅବନତି ଘଟିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନୋବଳ ଦୁର୍ବଳ ହୋଇପାରେ। ମାନସିକ ସଂଘାତ ଅନୁଭବ କରିପାରନ୍ତି। ସ୍ବଳ୍ପ ସଂକ୍ରାନ୍ତ ଯୁକ୍ତ ଓ ପରାକ୍ରମୀ ହୋଇପାରନ୍ତି।

କର୍କଟ: ସୁଖକର ଘଟଣାମାନ ଘଟିପାରେ। କର୍ମପ୍ରବଣ ହେବେ ଓ ସୁଖ୍ୟାତି ଅର୍ଜନ କରିବେ। ସେବା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ସପତ୍ନୀକ ସାଧୁ ସେବାରେ ବ୍ରତୀ ହେବେ। ଭୋଜନ ରୁଚିକର ହେବ।
ସିଂହ: ମିଳିତ ଶକ୍ତି ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଅତିଷ୍ଠ କରୁଥିବା ଋଣଭାର ଲାଘବ ହେବାର ସୂଚନା ମିଳୁଛି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ।

- Advertisement -

କନ୍ୟା:ମଧୁର ଭାଷୀ ହେବେ। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ପ୍ରବଳ ପ୍ରତାପୀ ହେବେ। ବିବେକୀ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର କନ୍ୟା, ଜୀବନ ରକ୍ଷାର କବଚ ହୋଇପାରେ। ଶତ୍ରୁମାନେ ଅପସରି ଯାଇପାରନ୍ତି।
ତୁଳା: ପରିଶ୍ରମ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। କୃଷିରୁ ଆୟ ଉତ୍ତମ ମାନର ହୋଇପାରେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପତ୍ନୀ ମନ୍ତ୍ରଣାଦାତା ହୋଇପାରନ୍ତି।
ବିଛା: ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। କଣ୍ଠ ଫୁଲା ପାଇଁ ପ୍ରତିକାର କରିପାରନ୍ତି। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।
ଧନୁ : ତ୍ୟାଗଶୀଳ ବ୍ୟକ୍ତିଭାବେ ନିଜର ନିର୍ଲୋଭତାର ପରିଚୟ ସୃଷ୍ଟି କରିବେ। ମତିମାନ୍‌ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା, ହୃଷ୍ଟଚିତ୍ତ, ଅତିସୁଖୀ, ପ୍ରଫୁଲ୍ଲମୁଖ ଓ କୀର୍ତ୍ତିଶାଳୀ ହେବେ।
ମକର: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ଭୋଜନ ଆନନ୍ଦଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

କୁମ୍ଭ:ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର କଥାରେ ଅଧସ୍ଥନ କର୍ମଚାରୀଙ୍କୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ଖର୍ଚ୍ଚାନ୍ତ ହେବେ।
ମୀନ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହେବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories