www.samajalive.in
Saturday, December 13, 2025
27.1 C
Bhubaneswar

ମଟନ ଚୁକା

ଆବଶ୍ୟକ ସାମଗ୍ରୀ
ମାଂସ – ୫୦୦ ଗ୍ରାମ
ଅଦା ରସୁଣ ବଟା – ୪ ଚାମଚ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଘିଅ – ୩ ଚାମଚ
କଞ୍ଚା ଲଙ୍କା – ୪ଟି
ଗୋଟା ଜିରା – ଅଳ୍ପ
ଗୋଲମରିଚ – ଅଳ୍ପ
ଶୁଖିଲା ଲଙ୍କା – ୫ ରୁ ୬
ଗୋଟା ଧନିଆ – ଆବଶ୍ୟକ ପରିମାଣରେ
କଟା ପିଆଜ – ୪ଟି
କଟା ଟମାଟୋ – ୨ଟି
ଡ଼ାଲଚିନି – ଅଳ୍ପ
ଗୁଜୁରାତି – ୨ଟି
ଭୁସଙ୍ଗ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଂସକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲୁଣ, ଅଦା ରସୁଣ ବଟା ପକାଇ ଗୋଳାଇ ଅଧ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଅଳ୍ପ ତେଲ ଗରମ କରି ଜିରା, ଗୋଲମରିଚ, ଧନିଆ, ଶୁଖିଲା ଲଙ୍କା ପକାଇ ଭାଜି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଶିଳରେ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କୁକର ବସାଇ ଗୋଳାଇ ରଖିଥିବା ମଟନରେ ଘିଅ, କଞ୍ଚା ଲଙ୍କା ପାଣି ଦେଇ ୪ରୁ ୫ଟି ସିଟି ଦିଅନ୍ତୁ। ୪ରୁ ୫ଟି ସିଟି ହେବା ପରେ ଗ୍ୟାସରୁ ଓହ୍ଲାଇ ରଖନ୍ତୁ। ଏବେ ଗ୍ୟାସରେ ପୁଣି ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଡ଼ାଲଚିନି, ଗୁଜୁରାତି, ଭୁସଙ୍ଗପତ୍ର, କଟା ପିଆଜ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ରଖିଥିବା ମସଲା ପେଷ୍ଟ,ସାମାନ୍ୟ ହଳଦୀ, ଲୁଣ, କଟା ଟମାଟୋ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ସିଝାଇ ରଖିଥିବା ମଟନକୁ ପକାଇ ଅଳ୍ପ ପାଣି, ଧନିଆ ପତ୍ର ପକାଇ ୫ ରୁ ୭ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ ଚୁକା। ଏହାକୁ ଗରମାଗରମା ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories