www.samajalive.in
Monday, December 15, 2025
27.1 C
Bhubaneswar

୪୪ କେଜି ଗଞ୍ଜେଇ ଜବତ, ୩ ଅଟକ

ଗୋପାଳପୁର: ଗଞ୍ଜେଇ ଚାଲାଣ ବେଳେ ଗୋପାଳପୁର ପୁଲିସର ଏକ ଟିମ ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ କରିଛି। ପୁଲିସ ପକ୍ଷରୁ ଆମ୍ବପୁଆସ୍ଥିତ ଆୟକର ବିଭାଗ ଅଫିସ ନିକଟ ରାସ୍ତାରୁ ଏକ କାରରୁ ଗଞ୍ଜେଇ ଜବତ କରି ୩ଜଣକୁ ଅଟକ ରଖିଥିବା ଜଣାପଡିଛି। ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଗୋପାଳପୁର ପୁଲିସ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ ବେଳେ ଆମ୍ବପୁଆସ୍ଥିତ ଆୟକର ଭବନ ଅଫିସ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଧଳାରଙ୍ଗର କାରକୁ ଅଟକାଇଥିଲେ। କିନ୍ତୁ କାରଟି ନ ଅଟକି ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ତାକୁ ପିଛା କରିବା ସହ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାରରୁ ୪୪ କେଜି ଗଞ୍ଜେଇ ମିଳିଥିଲା। ଗାଡ଼ିରେ ଥିବା ୩ ଜଣଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖିଥିଲା। ଅଭିଯୁକ୍ତମାନେ ଅଙ୍ଗରଗାଁରୁ ଗଞ୍ଜେଇକୁ ନେଇ ବ୍ରହ୍ମପୁରରୁ ଟ୍ରେନ ଯୋଗେ ବିଶାଖାପାଟଣା ଚାଲାଣ କରିବାକୁ ଯୋଜନା କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories