www.samajalive.in
Sunday, December 14, 2025
17.1 C
Bhubaneswar

କନିଷ୍ଠ ଯନ୍ତ୍ରୀ ନେଇଛନ୍ତି ୮୭ ହଜାର, ଥାନାରେ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତରେ ଅଙ୍ଗନବାଡି ଗୃହର ଶେଷ ବିଲ କରିଦେବା ନାମରେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଇ ଥିବା ଥାନାରେ ଲିଖିତ ଅଭିଯୋଗ । ପୋଲମା ଆଦିବାସୀ ସାହିରେ ଅଙ୍ଗନୱାଡି ଘରେ ପାଣି ଟାଙ୍କି ବସାଇବା ସହ ଘରେ ପାଇପ ଲାଇନ ସଂଯୋଗ ପାଇଁ ୧ ଲକ୍ଷ ୪୧ହଜାର ଟଙ୍କା ରଘୁ ଉଲାକକୁ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଦେଇଥିଲେ।ଉକ୍ତ ଗ୍ରାମର ପେଣ୍ଟନା ଗୁଣ୍ଠକୁ ୨୫/୮/୨୦୨୪ ମସିହାରେ ୩ ଲକ୍ଷ ଟଙ୍କାର କାର୍ଯ୍ୟଦେଶ ଦେଇଥିଲେ ।

ଦଶହରା ପୂର୍ବରୁ ଦୁହିଁଙ୍କ ବିଲ କରିଦେବି ବୋଲି କନିଷ୍ଠ ଯନ୍ତ୍ରୀ କହିଥିଲେ। ବ୍ଲକ ଫଣ୍ଡରୁ ୧୦ହଜାର ଓ ଲେଟିନ ପାଇଁ ୨୪ ହଜାର ଟଙ୍କା ରହିଛି ଓ ସବୁ ବିଲ ଏକା ସାଙ୍ଗରେ କରିଦେବି ବୋଲି ପ୍ରକାଶ କରିଥିଲେ । ଏସବୁ ବାବଦକୁ ୩୨ ହଜାର ଟଙ୍କା ଏବଂ ଗ୍ରାମର ଅଳିଆ କୁଣ୍ଡ ଘରର ସମ୍ପୂର୍ଣ୍ଣ ବିଲ ବାବଦକୁ ୫୫ହଜାର ଟଙ୍କା ମୋଟ ୮୭ ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀ ନେଇଥିବା ଅଭିଯୋଗ ହୋଇଛି । ଧାର କରଜ କରି ରଘୁ ଉଲାକା ୩୨ହଜାର ଟଙ୍କା ଓ ପେଣ୍ଟନା ଗୁଣ୍ଠ ୫୫ହଜାର ଟଙ୍କା ଦେଇଥିବା ଏତଲାରେ ଦର୍ଶାଇଛନ୍ତି ।

- Advertisement -

ଚଳିତ ମାସ ୧୦ତାରିଖରେ ପୋଲମା ରାସ୍ତା ଦେଇ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଆସୁଥିବା ବେଳେ ଦୁଇ ଜଣ ଅଟକାଇ କୁଲିମାନଙ୍କୁ ପଇସା ଦେବାର ଅଛି ବିଲ କରିଦିଅନ୍ତୁ ବୋଲି କହିଥିଲେ। ସେମାନଙ୍କୁ କନିଷ୍ଠ ଯନ୍ତ୍ରୀ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ବିଲ କରିବି ନାହିଁ ବୋଲି କହିଥିଲେ । ଆମେ କେଉଁଠୁ ପଇସା ଆଣି କୁଲିମାନଙ୍କୁ ସେମାନଙ୍କ ମଜୁରୀ ଦେବୁ ବୋଲି ଥାନାରେ ଦାଖଲ ଏତଲାରେ ଦର୍ଶାଇଛନ୍ତି।

ଏହାକୁ ନେଇ ବିଡ଼ିଓ ଓ ସହକରି ଯନ୍ତ୍ରୀଙ୍କୁ ଅବଗତ କରାଇ ସଠିକ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଅଭିଯୋଗକାରୀ ଦ୍ୱୟ ,କନିଷ୍ଠ ଯନ୍ତ୍ରୀ ଓ ସହକାରୀଯନ୍ତି ସବ୍ୟସାଚୀ ନାୟକ ଉପସ୍ଥିତିରେ ସୋମବାର ବିଡ଼ିଓଙ୍କ ଉପସ୍ଥିତିରେ ଏହି ସମସ୍ୟାର ସମାଧାନ ନେଇ ଆଲୋଚନା କରାଯିବ ବୋଲି ସହକାରୀ ଯନ୍ତ୍ରୀ କହିଛନ୍ତି । ମୋ ବିରୁଦ୍ଧରେ ଏହା ମିଥ୍ୟା ଅଭିଯୋଗ ହୋଇଛି ଏବଂ ରାଜନୈତିକ ପ୍ରଣଦିତ ବୋଲି କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସାହୁ କହିଛନ୍ତି । ବିଡ଼ିଓଙ୍କ ଉପସ୍ଥିତିରେଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories