www.samajalive.in
Sunday, December 7, 2025
14.1 C
Bhubaneswar

ବୋମା ମିଳିବା ଘଟଣାରେ ଏସ୍‌ପିଙ୍କ ସୂଚନା : ଜଣେ ଅଟକ, ଖୁବ୍ ଶୀଘ୍ର ଧରାଯିବେ ୩ ଫେରାର୍ ଯୁବକ

ବ୍ରହ୍ମପୁର : ନିର୍ମାଣାଧୀନ କୋଠାରୁ ବୋମା ଭର୍ତ୍ତି ବ୍ୟାଗ୍ ମିଳିବା ଘଟଣା।  ଜଣେ ଯୁବକଙ୍କୁ ଅଟକ ରଖାଯାଇଛି।  ବୈଦ୍ୟନାଥପୁର ଥାନା ପୁଲିସ୍ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ପାଟ୍ରୋଲିଂ ଗାଡି ଦେଖି ୪ ଜଣ ଦୁର୍ବୃତ୍ତ ଦୌଡି ପଳାଇଥିଲେ। ସର୍ଚ୍ଚ ଅପରେସନ ବେଳେ ଘର ଭିତରୁ ୭ଟି ବୋମା ମିଳିଥିଲା। ଜଣେ ଯୁବକଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ଫେରାର୍ ଥିବା ଆଉ ୩ ଯୁବକଙ୍କୁ ଖୁବ୍ ଶୀଘ୍ର ଧରାଯିବା ନେଇ ଏସପି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗଞ୍ଜାମ ଜିଲାର ଖଜୁରିଆ ନିକଟ ଏକ ନିର୍ମାଣାଧୀନ କୋଠାରୁ ପୁଲିସ ବୋମା ଭର୍ତ୍ତି ବ୍ୟାଗ ଜବତ କରିଥିଲା । ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଖଜୁରିଆର ଏହି କୋଠାରେ ଦୁର୍ବୃତ୍ତମାନେ ଉକ୍ତ ବ୍ୟାଗଟିକୁ ଛାଡ଼ି ପଳାଇଥିଲେ। ବ୍ୟାଗରୁ ୩୦ରୁ ଅଧିକ ବୋମାକୁ ପୁଲିସ ଜବତ କରିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories