www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଆ ଲେଖିପଢି ଜାଣି ନ ଥିବା ସରପଞ୍ଚ ଲକ୍ଷ୍ମୀ ମାଝୀ ଅଯୋଗ୍ୟ ଘୋଷିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ କୋର୍ଟ ଅଯୋଗ୍ୟ ଘୋଷଣା କରିଥିବା ସୂଚନା ଆଜି ଜଣାପଡିଛି । ୨୦୨୨ ମସିହାରେ ସରପଞ୍ଚ ନିର୍ବାଚନରେ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ କୋର୍ଟ ବିଧିବଦ୍ଧ ଭାବରେ ଅଯୋଗ୍ୟ ଘୋଷଣା କରିଛନ୍ତି।

ନିର୍ବାଚନ ପରେ ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କ ବିରୁଦ୍ଧରେ ସୁନାଲି ମାଝୀ ଦେଓ୍ବାନି ବିଚାରପତି (କନିଷ୍ଠ ବିଭାଗ) ଓ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ( ପ୍ରଥମ ଶ୍ରେଣୀ) ଭବାନୀପାଟଣାଙ୍କ ଦ୍ବାରସ୍ଥ ହୋଇଥିଲେ । ସେ ଓଡ଼ିଆ ଲେଖି, ପଢି ଜାଣି ନ ଥିବା ଅଭିଯୋଗ ନେଇ ଅଦାଲତର ଦ୍ବାରସ୍ଥ ହେବା ପରେ ଏହାକୁ ତଦନ୍ତ କରି ବିଚାର ପୂର୍ବକ କୋର୍ଟ ନିଜର ଚୁଡାନ୍ତ ନିଷ୍ପତ୍ତି ଶୁଣାଇଥିବା ଜଣା ପଡ଼ିଛି ।

- Advertisement -

ଜିଲାପାଳ କଳାହାଣ୍ଡିଙ୍କ ଆଦେଶ ପତ୍ର ସଂଖ୍ୟା ୩୪ ତା-୯/୧/୨୦୨୫ ଅନୁଯାୟୀ ଅଦାଲତଙ୍କ ରାୟ ଜଣାପଡିଛି । ନିର୍ବାଚନ ମିସ୍ କେସ୍ ନମ୍ବର ୨/୨୦୨୨କୁ ନେଇ ଗତ ୧୨/୩/୨୦୨୪ରେ ଅଭିଯୋଗର ବିଧିବଦ୍ଧ ଶୁଣାଣି କରି ଏହାର ସତ୍ୟତା ଥିବା କୋର୍ଟ ଜାଣିବାକୁ ପାଇଥିଲେ । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଧାରା ୧୧(ଖ),୩୯(୧) ଅନୁଯାୟୀ ଦେଓ୍ବାନି ବିଚାରପତି (କନିଷ୍ଠ ବିଭାଗ) ଓ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ପ୍ରଥମ ଶ୍ରେଣୀ) ସରପଞ୍ଚ ଲକ୍ଷ୍ମୀ ମାଝୀ ସମ୍ପୁର୍ଣ୍ଣ ଅଯୋଗ୍ୟ ଘୋଷଣା କରିଛନ୍ତି।

ଏହା ସହିତ ଅଭିଯୋଗକାରୀ ସୁନାଲି ମାଝୀଙ୍କୁ ନିକଟତମ ସଂଖ୍ୟାଧିକ ଭୋଟ ପାଇଥିବା ଦର୍ଶାଇ, ତାଙ୍କୁ ସରପଞ୍ଚ ଦାୟିତ୍ବ ପ୍ରଦାନ କରିବାକୁ ନୋଟିସ୍ ଜାରୀ କରିଛନ୍ତି । ଏନେଇ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ବିଜ୍ଞପ୍ତି ସଂଖ୍ୟା ୧୬୨ ତା ୧୦/୧/୨୦୨୫ରେ‌ ଲକ୍ଷ୍ମୀ ମାଝୀଙ୍କୁ ଅବଗତ କରାଇବା‌ ସହ ସୋନାଲି ମାଝୀଙ୍କୁ ବିଧିବଦ୍ଧ ଭାବେ ତ୍ରିଲୋଚନପୁର ସରପଞ୍ଚ ଘୋଷଣା କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories