www.samajalive.in
Sunday, December 14, 2025
19.1 C
Bhubaneswar

ନାଗାବଳୀ ନଦୀରୁ ବେଆଇନ ବାଲି ଖନନ, ୪ ଗିରଫ

ରାୟଗଡ଼ା : ରାୟଗଡ଼ା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବଡହଂସା ନାଗାବଳୀ ନଦୀ ବାଲି ଘାଟରେ ବେଆଇନ ବାଲି ଖନନବେଳେ ପୁଲିସର ଚଢ଼ାଉ । ନଦୀ ଗର୍ଭରୁ ବାଲି ଖନନ କରୁଥିବା ଗୋଟିଏ ପ୍ରୋକଲିନ ମେସିନ ସହିତ ଦୁଇଟି ଟିପ୍ପର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଶେଷଖାଲ ଥାନା ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ବାଲି ଘାଟ ଲିଜଧାରୀଙ୍କ ସୁପରଭାଇଜର ସୁରେଶ ମେଲେକା, ପ୍ରୋକଲିନ ଡ୍ରାଇଭର ଦୟା କୁମ୍ଭାର, ଟିପର ଡ୍ରାଇଭର ଗୋପାଳ ଗୌଡ ଓ ଲୋକନାଥ ମାଝୀ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭୋର ସମୟରେ ନାଗାବଳୀ ନଦୀର ବଡହଂସା ଘାଟରେ ପ୍ରୋକଲିନ ମେସିନ ଲଗାଇ ବାଲି ଖନନ ହେଉଥିଲା। ଏହି ବାଲି ଆନ୍ଧ୍ରପ୍ରଦେଶ ଚାଲାଣ ପାଇଁ ଖନନ କରାଯାଉଥିଲା। ଏ ସଂପର୍କରେ ଖବର ପାଇ ଶେଷଖାଲ ଥାନା ପୁଲିସ ସେଠାରେ ଚଢ଼ଉ କରି ନଦୀ ଗର୍ଭରୁ ପ୍ରୋକଲିନ ମେସିନ ସହିତ ଦୁଇଟି ଟିପର ଜବତ କରି ଥାନାକୁ ଆଣିଥିଲା। ଏନେଇ ଶେଷଖାଲ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି । ପୁଲିସ କାର୍ଯ୍ୟାନୁଷ୍ଠାନ ନେଉଛି ହେଲେ କର୍ମଚାରୀ ଅଭାବ ଆଳ ଦେଖାଇ ହାତ ବାନ୍ଧି ବସିଛି  ଜିଲା ଖଣି ବିଭାଗ ଅଧିକାରୀମାନେ। ବଡହଂସା ବାଲି ଘାଟ ଲିଜଧାରୀ ବିଭିନ୍ନ ସମୟରେ ନିୟମ ଉଲ୍ଲଙ୍ଘନ କରି ମେସିନ ଲଗାଇ ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ଲିଜଧାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁନି ଜିଲା ଖଣି ବିଭାଗ । ଫଳରେ ଲିଜଧାରୀ ବାରମ୍ବାର ମେସିନ ଲଗାଇ ନଦୀ ଗର୍ଭରୁ ବାଲି ଖନନ କରୁଛନ୍ତି । ଲିଜଧାରୀଙ୍କୁ ଖଣି ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅନୁକମ୍ପାର ତଦନ୍ତ ଦାବି ହେଉଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories