www.samajalive.in
Friday, December 12, 2025
27.1 C
Bhubaneswar

ଜେଡିଏସ୍‌-କଂଗ୍ରେସ ମେଣ୍ଟ ଉପରୁ ଟଳୁନି ବିପଦ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଏବେବି ଥମି ନାହିଁ। ୨୦୧୯ ଲୋଭସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର ସରକାର ଗଠନ ଉଦ୍ୟମରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟ ଅଧ୍ୟକ୍ଷ ବି.ଏସ୍‌. ୟେଦୁରାପ୍ପା। ଏଥିନିମନ୍ତେ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ବିଜେପି ଏହାର ଅନ୍ତିମ ରଣନୀତି ଅବଲମ୍ବନ କରିବାର ଯୋଜନାରେ ରହିଛି। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ପୂର୍ବତନ ମନ୍ତ୍ରୀ ରମେଶ ଜରକିହୋଲିଙ୍କ ସମେତ ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ଆଗାମୀ ବଜେଟ ଅଧୀବେଶନ ଆରମ୍ଭ ହେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି ବୋଲି ବିଜେପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଆଲୋଚନା ହେଉଛି। କ୍ୟାବିନେଟରୁ ବାଦ ପଡିବା ପରେ ଅସନ୍ତୁଷ୍ଟ ଥିବା ୪ ବିଧାୟକ ମୁମ୍ବଇରେ ଥିବା ବେଳେ ଜଣେ ପୁଣେରେ ଏବଂ ନିଲମ୍ବିତ ବିଧାୟକ ଜେ. ଏନ୍‌. ଗଣେଷ ଗୋଆରେ ଥିବା ଜଣାପଡିଛି। ଫେବୃଆରୀ ୮ରୁ ଆରମ୍ଭ ହେବାକୁ ଯାଉଥିବା ବଜେଟ ଅଧିବେଶନ ପୂର୍ବରୁ ଏହି ବିଧାୟକମାନେ ମିଳିତ ଭାବେ ଇସ୍ତଫା ଦେବେ ବୋଲି କୁହାଯାଉଛି।
ଏଭଳି ହେଲେ ଜେଡିଏସ୍‌-କଂଗ୍ରେସ ମେଣ୍ଟକୁ ଶକ୍ତ ଧକ୍କା ଲାଗିବ ଏବଂ ମେଣ୍ଟ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ସହଜ ହେବ ବୋଲି ବିଜେପି ଆକଳନ କରିଛି। ଉଲ୍ଲେଖ ଯେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ନିକଟରେ ୮୦ ଏବଂ ଜେଡିଏସ୍‌ ନିକଟରେ ୩୭ ଆସନ ରହିଛି। ବିଏସ୍‌ପିର ଜଣେ ଏବଂ ୨ ଜଣ ସ୍ବାଧୀନ ବିଧାୟକ ମଧ୍ୟ ମେଣ୍ଟରେ ସାମିଲ ଅଛନ୍ତି। କିନ୍ତୁ ରାଜ୍ୟ ସରକାରଠାରୁ ସେମାନେ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ଅନ୍ୟପଟେ ବିଜେପି ନିକଟରେ ୧୦୪ ଆସନ ରହିଛି। ୧୧ ବିଧାୟକଙ୍କୁ ଇସ୍ତଫା ଦେଲେ ମେଣ୍ଟ ସରକାର କ୍ଷମତାଚ୍ୟୁତ ହେବ। ଗୃହର ସଦସ୍ୟ ସଂଖ୍ୟା କମିଯିବା ଦ୍ବାରା ବିଜେପି ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସମ୍ଭବ ହେବ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories